ନୂଆଦିଲ୍ଲୀ: ପୃଥିବୀରେ ଝଡ, ଭୂକମ୍ପ, ଜ୍ବାଳାମୁଖୀ ଭଳି ବହୁ ବିନାଶକାରୀ ଘଟଣା ଘଟିଥାଏ। ଏଥିରେ ଭୂକମ୍ପ କାରଣରୁ ମହାସାଗରରେ ଆସିଥିବା ସୁନାମୀ ମଧ୍ୟ ଖୁବ୍ ପ୍ରଳୟଙ୍କାରୀ ହୋଇଥାଏ। କିନ୍ତୁ କ’ଣ ଏଭଳି ଘଟଣା ମହାକାଶରେ ହୋଇଥାଏ। ଯାହାକି ସୁପରମାସିଭ୍ ବ୍ଳାକ ହୋଲ୍ରୁ ସୃଷ୍ଟି ହୋଇଥାଏ। ଏହାର ଫଟୋ ନାସାର ପକ୍ଷରୁ ଜାରି କରାଯାଇଛି।
ସୂଚନାନୁଯାୟୀ ,ନାସାର ଜ୍ୟୋର୍ତିବିଜ୍ଞାନୀମାନେ କମ୍ପ୍ୟୁଟର ସିମ୍ୟୁଲେସନ୍ (Computer Simulation) ଜରିଆରେ ଏହା ଦର୍ଶାଇଛନ୍ତି ଯେ, ମହାକାଶରେ ବଡ ପରିମାଣରେ ସୁନାମୀ ଭଳି ସଂରଚନା ହୋଇପାରେ। ଏଭଳି ସରଞ୍ଚନା ସୁପରମାସିଭ ବ୍ଲାକହୋଲ୍ର ଗୁରୁତ୍ବାକର୍ଷଣରୁ ରକ୍ଷା ପାଇଁ ସେଥିରୁ ବାହାରୁଥିବା ଗ୍ୟାସ୍ (Escaping Gases) ରୁ ତିଆରି ହୋଇପାରେ। ବାସ୍ତବରେ ସୁପରମାସିଭ୍ ବ୍ଲାକହୋଲର ବାତାବରଣ ବ୍ରହ୍ମାଣ୍ଡର ବିଶାଳତମ ସୁନାମୀ ସରଞ୍ଚନା ସୃଷ୍ଟି ହୋଇପାରେ। ହୋଇଥିବା ଏହି ଅଧ୍ୟୟନ ଆଷ୍ଟେ୍ରାଫିଜିକାଲ ଜର୍ନାଲରେ ପ୍ରକାଶିତ ହୋଇଛି।