ହଠାତ ପଡ଼ି ମରିଯାଉଛନ୍ତି ଶହ ଶହ କୁକୁର, ଲୋକଙ୍କ ମଧ୍ୟରେ ଆତଙ୍କ

କୋଲକାତା, ୧୯/୨: ହଠାତ ଶହ ଶହ ବୁଲା କୁକୁରଙ୍କ ମୃତ୍ୟୁ ହେଉଛି । କାରଣ ସ୍ପଷ୍ଟ ଜଣାପଡ଼ିନଥିବା ବେଳେ ଅଜାଣା ରୋଗ ବ୍ୟାପୁଥିବା ନେଇ ଆଶଙ୍କା କରିଛନ୍ତି ପ୍ରାଣୀ ବିଶେଷଜ୍ଞ। ପଶ୍ଚିମବଙ୍ଗର ବାଙ୍କୁରା ଜିଲ୍ଲାରେ ବୁଲା କୁକୁରଙ୍କ ମୃତ୍ୟୁ ହେଉଥିବା ନେଇ ସୂଚନା ମିଳିଛି। ଏବେ ସୁଦ୍ଧା ୨୦୨ କୁକୁରଙ୍କ ମୃତ୍ୟୁ ହୋଇଛି। କୁକୁର ଅଚାନକ ମରୁଥିବା ନେଇ ଖବର ମିଳିବା ପ​‌ରେ ସାଧାରଣରେ ଚିନ୍ତା ବୃଦ୍ଧି ପାଇଛି। ମିଳିଥିବା ସୂଚନା ଅନୁସାରେ ମଙ୍ଗଳବାର ଦିନ ୬୦ କୁକରଙ୍କ ମୃତ୍ୟୁ ହୋଇଥିଲା। ବୁଧବାର ଦିନ ୯୭ ଏବଂ ଗୁରୁବାର ୪୫ଟି କୁକର ମରିଛନ୍ତି। ଏନେଇ ଜିଲ୍ଲା ପ୍ରାଶସନକୁ ସୂଚନା ଦିଆଯାଇଛି। ମୃତ କୁକୁରଙ୍କ ନମୂନା ଯାଞ୍ଚ ପାଇଁ କୋଲକାତା ପଠାଯାଇଥିବା ବିଭାଗୀୟ ଅଧିକାରୀ କହିଛନ୍ତି।

ଭୂତାଣୁ ଜନିତ ସଂକ୍ରମଣ ପାଇଁ କୁକୁର ମରୁଛନ୍ତି ବୋଲି ପ୍ରାଣୀ ଚିକିତ୍ସକ ଅନୁମାନ କରୁଛନ୍ତି । ଏନେଇ ଲୋକ ଭୟ କରିବାର କିଛି କାରଣ ନାହିଁ। କାରଣ ଏହା ଲୋକଙ୍କ ପାଖକୁ ସଂକ୍ରମଣ ହେବାର ସମ୍ଭାବନା ନାହିଁ। ତେବେ ମୃତ କକୁରଙ୍କୁ ପୋତା ଯାଇଥିବା ଅଧିକାରୀ କହିଛନ୍ତି।