ଭୁବନେଶ୍ୱର: ଗଲଓ୍ବାନ ଘାଟିରେ ହୋଇଥିବା ସଂଘର୍ଷ ପରେ ଭାରତ ଦ୍ୱାରା ୨୫୦ ଚାଇନୀଜ୍ ଆପକୁ ନିଷିଦ୍ଧ କରିଯାଇଥିଲା ଏହା ମଧ୍ୟରେ ଟିକ୍ ଟକ୍ କୁ ମଧ୍ୟ ସାମିଲ କରାଯାଇଥିଲା । ଗତ କିଛି ଦିନ ହେବ ଚାଇନିଜ୍ ଆପ୍ ପବ୍ଜିକୁ ପୁଣିଥରେ ଭାରତରେ ଲଞ୍ଚ କରାଯାଇଅଛି । ଏହା ପରେ ଭାରତରେ ଲୋକପ୍ରିୟ ଅର୍ଜନ କରିଥିବା ଟିକ୍ ଟକ୍ ଭାରତକୁ ଫେରିବାର ଆଶା ବଢିଥିବା ନେଇ ଟିକ୍ ଟକ୍ ର ମୁଖପାତ୍ର ସୂଚନା ଦେଇଛନ୍ତି ।
ଟିକ୍ ଟକ୍ ର ମୁଖପାତ୍ର କହିଛନ୍ତି ଯେ, କମ୍ପାନୀ ସରକାରଙ୍କ ସହ ଜଡିତ ହୋଇ ଭାରତ ଫେରିବାକୁ ଅପେକ୍ଷା କରିଛି । ଆମେ ସବୁବେଳେ ଆଇନ ପାଳନ କରିବା ପାଇଁ କାର୍ଯ୍ୟ କରିଛୁ ଏବଂ ଆମର ଲକ୍ଷ ଲକ୍ଷ ସୃଷ୍ଟିକର୍ତ୍ତା ଏବଂ ଉପଭୋକ୍ତାଙ୍କୁ ପୁଣି ଏକ ମଜାଦାର ପ୍ଲାଟଫର୍ମ ଦେବା ପାଇଁ ସରକାରଙ୍କ ସହ ଯୋଗଦେବାକୁ ଅପେକ୍ଷା କରିଛୁ ।