ଟିପୁ ସୁଲତାନଙ୍କ ଅନୁଗାମୀମାନଙ୍କୁ ହତ୍ୟା କରିବାକୁ ଆହ୍ୱାନ : ବିଜେପି କର୍ଣ୍ଣାଟକା ମୁଖ୍ୟ

0

କୋପ୍ପାଲ,୧୬/୨ : ୧୮ତମ ଶତାବ୍ବୀର ମହୀଶୂର ଶାସକ ଟିପୁ ସୁଲତାନଙ୍କ ଅନୁଗାମୀ ଓ ଉତ୍ତରାଧିକାରୀଙ୍କୁ ହତ୍ୟା କରିବା ପାଇଁ ସାଧାରଣ ଲୋକଙ୍କୁ ଆହ୍ୱାନ ଦେଇଛନ୍ତି। ଟିପୁ ସୁଲତାନଙ୍କ ଉତ୍ତରାଧିକାରୀଙ୍କୁ ସମସ୍ତେ ଖୋଜି ଖୋଜି ବାହାର କରିବା ଦରକାର ଓ ସେମାନଙ୍କୁ ଜଙ୍ଗଲକୁ ପଠାଇବାକୁ ମଧ୍ୟ ନଳୀନ କୁମାର କହିଛନ୍ତି।

କର୍ଣ୍ଣାଟକାରେ ରହୁଥିବା ଦକ୍ଷିଣପନ୍ଥୀ ସଂଗଠନ ମତରେ ଟିପୁ ସୁଲତାନ ଏମିତି ଜଣେ ଶାସକ ଥିଲେ ଯିଏ ବଳପୂର୍ବକ ହଜାର ହଜାର ଲୋକଙ୍କ ଧର୍ମ ପରିବର୍ତ୍ତନ କରିଥିଲେ। କିନ୍ତୁ ରାଜ୍ୟରେ ପୂର୍ବରୁ କ୍ଷମତାରେ ଥିବା କଂଗ୍ରେସ ସରକାର ଟିପୁ ସୁଲତାନଙ୍କ ଜନ୍ମ ଉତ୍ସବକୁ କ୍ରମାଗତ ଦୁଇ ବର୍ଷ ଧରି ପାଳନ କରିଥିଲା। କଂଗ୍ରେସ ମତରେ ଟିପୁ ସୁଲତାନ ସ୍ୱାଧୀନତା ସଂଗ୍ରାମୀ।

କୋପ୍ପାଲ ଜିଲ୍ଲାର ୟେଲାବର୍ଗରେ ଥିବା ପଞ୍ଚାୟତ ଟାଉନରେ ସେ ବିଜେପି ସମର୍ଥକମାନଙ୍କୁ ସମ୍ବୋଧନ କରି କହିଛନ୍ତି ଯେ “ଆମେ ଭଗବାନ ରାମ ଓ ହନୁମାନଙ୍କ ଭକ୍ତ। ଆମେ ଭଗବାନ ହନୁମାନଙ୍କୁ ପ୍ରାର୍ଥନା କରୁ ଓ ପୂଜା କରିଥାଉ।

ଆମେ ଟିପୁ ସୁଲତାନଙ୍କ ବଂଶଧର ନୁହଁ। ଏବେ ଟିପୁଙ୍କ ବଂଶଧରଙ୍କୁ ଘରକୁ ପଠାଇବାର ସମୟ ଆସି ଯାଇଛି। ମୁଁ ଏଠାରେ ପ୍ରଚାରିବାକୁ ଚାହେଁ ଯେ ଆମେ ଭଗବାନ ହନୁମାନଙ୍କୁ ପୂଜା କରିବା ନା ଟିପୁଙ୍କୁ? ଆମେ କ’ଣ ଟିପୁଙ୍କ ଅନ୍ଧ ଅନୁଗାମୀମାନଙ୍କୁ ଜଙ୍ଗଲକୁ ପଠାଇ ପାରିବା ନାହିଁ? ଏ ସମ୍ପର୍କରେ ଥରେ ଭାବନ୍ତୁ। ଏହି ରାଜ୍ୟ ଭଗବାନ ହନୁମାନ ଭକ୍ତଙ୍କୁ ଚାହୁଁଛି ନା ଟିପୁଙ୍କ ବଂଶଧରଙ୍କୁ? ଯେଉଁମାନେ ଟିପୁଙ୍କ ଅନୁଗାମୀ ସେମାନେ କେବେ ହେଲେ ଏହି ପବିତ୍ର ମାଟିରେ ଜୀବିତ ରହିପାରିବେ ନାହିଁ। ମୁଁ ସେମାନଙ୍କୁ ଏନେଇ ଖୋଲା ଚ୍ୟାଲେଞ୍ଜ ଦେଉଛି।”

 

SBI AD
Leave A Reply

Your email address will not be published.