୪୫ହଜାର ୫୮୯ ଆକାଉଣ୍ଟକୁ ବ୍ୟାନ୍ କଲା ଟ୍ୱିଟର

0

ନୂଆଦିଲ୍ଲୀ: ଏଲନ୍ ମସ୍କ ଦ୍ୱାରା ପରିଚାଳିତ ଟ୍ୱିଟର ଅକ୍ଟୋବର ୨୬ରୁ ନଭେମ୍ବର ୨୫ ମଧ୍ୟରେ ଭାରତରେ ଶିଶୁ ଯୌନ ଶୋଷଣ ଏବଂ ଅଶ୍ଳୀଳତାକୁ ପ୍ରୋତ୍ସାହିତ କରୁଥିବା ୪୫ହଜାର ୫୮୯ ଆକାଉଣ୍ଟସ୍କୁ ବ୍ୟାନ୍ କରିଛି । ଏଥି ସହିତ, ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ମଧ୍ୟ ଦେଶରେ ଏହାର ପ୍ଲାଟଫର୍ମରେ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ୩ହଜାର୩୫ ଆକାଉଣ୍ଟକୁ ଅବରୋଧ କରିଛି । ମୋଟ ଉପରେ, ଟ୍ୱିଟର ରିପୋର୍ଟ ପିରିୟଡ଼ରେ ଭାରତରେ ୪୮ହଜାର ୬୨୪ ଆକାଉଣ୍ଟକୁ ନିଷିଦ୍ଧ କରିଛି । ଏହି ସୋସିଆଲ ମିଡିଆ ଆକାଉଣ୍ଟକୁ ନିଷେଧ କରିବା ପଛରେ ଟ୍ୱିଟରର ପ୍ରୟାସ ହେଉଛି ଯେ କୌଣସି ପ୍ରକାରର ନକଲି ଏବଂ ଭାବପ୍ରବଣ ପୋଷ୍ଟର ପ୍ରସାରକୁ ରୋକିବା ।

ନୂତନ ଆଇଟି ନିୟମ, ୨୦୨୧ ପାଳନ କରିବା ଉପରେ ଏହାର ମାସିକ ରିପୋର୍ଟରେ ଟ୍ୱିଟର କହିଛି ଯେ ଏହା ସମାନ ସମୟ ମଧ୍ୟରେ ଭାରତର ଉପଭୋକ୍ତାମାନଙ୍କ ଠାରୁ ୭୫୫ ଟି ଅଭିଯୋଗ ଗ୍ରହଣ କରିଛି ଏବଂ ୧୨୧ ଟି ୟୁଆର୍ଏଲ୍ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏଥିରେ ବ୍ୟକ୍ତିଗତ ଉପଭୋକ୍ତାମାନଙ୍କଠାରୁ ପ୍ରାପ୍ତ ଅଭିଯୋଗ ଏବଂ କୋର୍ଟଙ୍କ ନିର୍ଦ୍ଦେଶ ମଧ୍ୟ ଅନ୍ତର୍ଭୁକ୍ତ । ଭାରତର ଅଧିକାଂଶ ଅଭିଯୋଗ ଅପବ୍ୟବହାର/ନିର୍ଯ୍ୟାତନା (୬୮୧), ଆଇପି ସମ୍ବନ୍ଧୀୟ ଉଲ୍ଲଂଘନ (୩୫), ଘୃଣ୍ୟ ଆଚରଣ (୨୦) ଏବଂ ଗୋପନୀୟତା ଉଲ୍ଲଂଘନ (୧୫) ବିଷୟରେ ଥିଲା ।

ଏହାର ନୂତନ ରିପୋର୍ଟରେ ଟ୍ୱିଟର କହିଛି ଯେ ଆକାଉଣ୍ଟ ନିଲମ୍ବନକୁ ଆବେଦନ କରୁଥିବା ୨୨ଟି ଅଭିଯୋଗ ଉପରେ ମଧ୍ୟ ପଦକ୍ଷେ ନିଆଯାଇଛି । ଏସବୁର ସମାଧାନ ହୋଇଛି ଏବଂ ଉପଯୁକ୍ତ ପ୍ରତିକ୍ରିୟା ପଠାଯାଇଛି ବୋଲି କମ୍ପାନୀ କହିଛି । ନୂତନ ଆଇଟି ନିୟମ ୨୦୨୧ ଅନୁଯାୟୀ, ୫ ମିଲିୟନରୁ ଅଧିକ ଉପଭୋକ୍ତା ଥିବା ବୃହତ ଡିଜିଟାଲ ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ମାସିକ ଅନୁପାଳନ ରିପୋର୍ଟ ପ୍ରକାଶକରିବାକୁ ପଡିବ ।

SBI AD
Leave A Reply

Your email address will not be published.