ଚଳିତବର୍ଷ ହେବନି କାଉଡି ଯାତ୍ରା : ପ୍ରତିବନ୍ଧକ ଲଗାଇଲେ ଉତ୍ତରାଖଣ୍ଡ ସରକାର

ଉତ୍ତରାଖଣ୍ଡ ସରକାର ଚଳିତ ବର୍ଷ କାଉଡି ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏବର୍ଷ ମଧ୍ୟ ଗତ ବର୍ଷ ଭଳି ଯାତ୍ରାକୁ ବାତିଲ କରିଛନ୍ତି । କରୋନା ମହାମାରୀର ତୃତୀୟ ଲହର ଓ ନୂତନ ପ୍ରକାରକୁ ଭାରିଆଣ୍ଟକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ମୁଖପାତ୍ର ତଥା କ୍ୟାବିନେଟ ମନ୍ତ୍ରୀ ସୁବୋଧ ୟୁନିୟାଲ ଏହି ନିଷ୍ପତ୍ତି ନେଇଛନ୍ତି । ପ୍ରତିବର୍ଷ ଦିଲ୍ଲୀ, ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ ଏବଂ ଅନ୍ୟାନ୍ୟ ରାଜ୍ୟରୁ ଲକ୍ଷ ଲକ୍ଷ ଶିବ ଭକ୍ତ ଗଙ୍ଗା ଜଳ ଆଣିବା ପାଇଁ ହରିଦ୍ୱାରକୁ ଆସୁଥାନ୍ତି ।