କ୍ୟାଟ୍ରିନାଙ୍କୁ ଛାଡି ଏହି ଅଭିନେତ୍ରୀଙ୍କ ସହ ରୋମାନ୍ସ କରୁଛନ୍ତି ଭିକି କୌଶଲ! ଫଟୋ ଭାଇରଲ

ବଲିଉଡ ଅଭିନେତା ଭିକି ଏବଂ କ୍ୟାଟ୍ରିନା ବିବାହ ପରେ ଦୁହେଁ ଏବେ ନିଜ ନିଜ କାମକୁ ନେଇ ବ୍ୟସ୍ତ ଅଛନ୍ତି । କାମରୁ ଟିକେ ଫୁରସତ ମିଳିଲେ ଦୁହେଁ ବାହାରକୁ ବୁଲିବାକୁ ଯାଆନ୍ତି। କିନ୍ତୁ ଏହା ମଧ୍ୟରେ ଏମିତି କିଛି ଫଟୋ ଭାଇରଲ ହେଉଛି, ଯାହା ଦେଖି କ୍ୟାଟ୍‌ଙ୍କ ଫ୍ୟାନ୍ସ ଆଶ୍ଚର୍ଯ୍ୟ ହୋଇଛନ୍ତି।

ସୂଚନା ମୁତାବକ, ଭିକି ଫିଲ୍ମ ବୁଲବୁଲର ଅଭିନେତ୍ରୀ ତୃପ୍ତି ଡିମ୍ରିଙ୍କ ସହ ଏକ ନୂଆ ପ୍ରୋଜେକ୍ଟରେ କାମ କରୁଛନ୍ତି । ଏଭଳି ପରିସ୍ଥିତିରେ ଉଭୟ କ୍ରୋଏସିଆରେ ଏକ ରୋମାଣ୍ଟିକ୍ ଗୀତ ଶୁଟିଂ କରୁଥିବା ଦେଖିବାକୁ ମିଳିଥିଲା । ବର୍ତ୍ତମାନ ଏହି ସୁଟିଂର ଫଟୋ ସୋସିଆଲ ମିଡିଆରେ ଲିକ୍ ହୋଇଛି । ଏହି ଫଟୋଗୁଡ଼ିକରେ କେବଳ କୋରିଓଗ୍ରାଫର ଫରାହ ଖାନ ଥିବା ନଜର ଆସିଛନ୍ତି ।

ଫଟୋଗୁଡ଼ିକରେ ଭିକି କୌଶଲ ଏବଂ ତୃପ୍ତି ଡିମ୍ରି ଏକାଠି ରୋମାନ୍ସ କରୁଥିବା ଦେଖିବାକୁ ମିଳିବ । ଏହି ଫଟୋରେ ତୃପ୍ତିଙ୍କୁ ହାତରେ ଟେକିଛନ୍ତି । ଠିକ୍ ସେତିକିବେଳେ ଦୁହେଁ ଭୁଇଁରେ ପଡି ରୋମାନ୍ସ କରୁଥିବା ନଜର ଆସିଛନ୍ତି । ତୃପ୍ତି ୟେଲୋ କଲର କ୍ରପ୍ ଟପ୍ ଏବଂ ସ୍କର୍ଟ ପିନ୍ଧିଥିବାବେଳେ ଭିକି ଫର୍ମାଲ ଜ୍ୟାକେଟ ଏବଂ ପ୍ୟାଣ୍ଟ ପିନ୍ଧିଛନ୍ତି । ଦୁଇଜଣ ସମୁଦ୍ର କୂଳେ ଗୀତର ସୁଟିଂ କରିଛନ୍ତି ।

ନିର୍ଦ୍ଦେଶକ ଆନନ୍ଦ ତିୱାରୀଙ୍କ ଆଗାମୀ ରୋମାଣ୍ଟିକ ଚଳଚ୍ଚିତ୍ରରେ ଭିକି ଏବଂ ତୃପ୍ତି ଏକାଠି କାମ କରୁଛନ୍ତି। ଦୁହେଁ ଦୀର୍ଘ ସମୟ ଧରି କ୍ରୋଏସିଆରେ ଅଛନ୍ତି । ଭିକି ଏବଂ ତୃପ୍ତିଙ୍କର ଏହି ଫଟୋ ଇଣ୍ଟରନେଟରେ ଭାଇରଲ ହେଉଛି। ଆଉ ଫ୍ୟାନ୍ସ ଫଟୋ ଦେଖି କମେଣ୍ଟ କରୁଛନ୍ତି। ୟୁଜର୍ସ ଲେଖିଛନ୍ତି, ‘ଭାଇ କ୍ୟାଟ୍ରିନା ଭାଉଜ କୁଆଡେ ଗଲେ ?’ ଆଉ କିଏ କହୁଛି, ଭାଉଜକୁ ଛାଡି ଆପଣ କାହା ସହିତ ବୁଲୁଛନ୍ତି।