ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ : ଭିଜିଲାନ୍ସ  ଜାଲରେ  ଏଆର୍‌ଆଇ

ଭୁବନେଶ୍ୱର, ୨୬/୧୨ :  ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ତହସିଲ ଏଆର୍‌ଆଇ ସୁରେନ୍ଦ୍ର କୁମାର ତନ୍ତିଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚାଲିଛି ରେଡ୍‌ । ଏକାସାଙ୍ଗେ ୮ଟି ଠିକଣାରେ ଚାଲିଛି ଚଢାଉ ।  ସକାଳୁ ସକାଳୁ ଭିଜିଲାନ୍ସ ପକ୍ଷରୁ ଚାଲିଛି ରେଡ୍‌ । ଏକାସାଙ୍ଗ ଭିଜିଲାନ୍ସ ଟିମ୍‌ ୮ଟି ଠିକଣାରେ କରୁଛି ଚଢାଉ । ତେବେ ଚଢାଉ ହେଉଥିବା ସ୍ଥାନ ମଧ୍ୟରେ ବାସଭବନ, ଅଫିସ , ଦୁଇ ମହଲା ବିଶିଷ୍ଟ ମାର୍କେଟ କମ୍ପ୍ଲେକ୍ସ, ସଂପର୍କୀୟଙ୍କ ଘର ରହିଛି । ବର୍ତ୍ତମାନ ଯାଏଁ ଏହି ଚଢାଉରେ କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି । ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ । ଚଢାଉ ଶେଷ ପରେ ଭିଜିଲାନ୍ସ ପକ୍ଷରୁ ସବିଶେଷ ତଥ୍ୟ ଦିଆଯିବ ବୋଲି ଅନୁମାନ କରାଯାଉଛି ।