ଭୁବନେଶ୍ୱର,୨୭ /୧୦-(ପ୍ରଦୀପ୍ତ କୁମାର ଦାସ) : ସମ୍ପ୍ରତି ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ କଟକ ସ୍ଥିତ ଭିଜିଲାନ୍ସ ନିର୍ଦ୍ଦେଶାଳୟ ଠାରେ ମଙ୍ଗଳବର ଏକ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ନିର୍ଦ୍ଦେଶକ ଡ ଦେବାଶିଷ ପାଣିଗ୍ରାହୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ନିର୍ଦ୍ଦେଶାଳୟ,ବିଭାଗୀୟ ସେଲ ଓ କଟକ ଡିଭିଜନର ଅଧିକାରୀ ଏବଂ କର୍ମଚାରୀଙ୍କୁ ସମସ୍ତ କାର୍ଯ୍ୟରେ ସାଧୁତା ଓ ସ୍ୱଛତା ଅବଲମ୍ବନ ପୂର୍ବକ ଜୀବନର ପ୍ରତ୍ୟକ ସ୍ତରରୁ ଦୁର୍ନୀତି ଦୂର କରିବା ନିମନ୍ତେ ବିନା ଦ୍ବିଧାରେ କର୍ତ୍ତବ୍ୟ ସମ୍ପାଦନ ପାଇଁ ଶପଥ ପାଠ କରାଇଥିଲେ ।
ଏଥିସହ ସେ ସମସ୍ତଙ୍କୁ ନ୍ୟାୟ ପରାୟଣତା ଓ ଶାସନ ଵିଧି ନିୟମର ଅନୁସରଣ କରିବାକୁ ମଧ୍ୟ ପରାମର୍ଶ ଦେଇଥିଲେ ।ଏହି କାର୍ଯ୍ୟକ୍ରମରେ ଭିଜିଲାନ୍ସ ଆଇଜି ଘନଶ୍ୟାମ ଉପାଧ୍ୟାୟ,ଡ଼ିଆଇଜି ସଞ୍ଜୟ କୌଶଲ,ଏସପି ସାରା ଶର୍ମା,ଆଇନ ପରାମର୍ଶଦାତା ଦିଲୀପ ମିଶ୍ର,ମୁଖ୍ୟ ଯନ୍ତ୍ରୀ ଶିଶିର କୁମାର ପଟନାଏକ, ଅର୍ଥ ପରାମର୍ଶଦାତା ଅଶୋକ କୁମାର ମହାନ୍ତି, ଏସପି କଟକ ଡିଭିଜନ ଶଶୀ ଭୂଷଣ ମିଶ୍ର,ଏସପି ସେଲ ଶ୍ରୀ ରାଧା କ୍ରିଷ୍ଣନ,ଏସପି କୋଅର୍ଡିନେସନ ଅଶ୍ୱିନୀ କୁମାରୀ ପଟନାଏକଙ୍କ ସମେତ ବିଭାଗୀୟ ଅନ୍ୟ ଅଧିକାରୀ ଓ କର୍ମଚାରୀ ମାନେ ଅଂଶ ଗ୍ରହଣ କରିଥିଲେ । ସରକାରଙ୍କ କୋଭିଡ ନିୟମାବଳୀ ପାଳନ ପୂର୍ବକ ଏହି କାର୍ଯକ୍ରମ ସେଠାରେ ଅନୁଷ୍ଠିତ ହୋଇଥିଲା ।