ବିଜୟଙ୍କୁ ସମର୍ଥନ ନମିଳିବାରୁ ଫ୍ୟାନ୍ସଙ୍କ ପାଗଳାମୀ

ନୂଆଦିଲ୍ଲୀ, ୦୯/୦୫ : ତାମିଲନାଡୁର ସବୁଠାରୁ ବଡ଼ ଦଳ ହେବା ସତ୍ତ୍ୱେ ଟିଭିକେ ଦଳ ବହୁମତ ପାଇବାରୁ ବଞ୍ଚିତ ହୋଇଛି । ଫଳରେ ସରକାର ଗଠନରେ ବିଳମ୍ବ ହେଉଛି । ଆଜି ଥାଲାପଥି ବିଜୟଙ୍କ ଶପଥ ଗ୍ରହଣ ସମାରୋହ ବାତିଲ କରାଯାଇଛି । ଏହାରି ମଧ୍ୟରେ ବିଜୟଙ୍କର ଜଣେ ଫ୍ୟାନ୍ସଙ୍କ ପାଗଳାମୀ ଦେଖିବାକୁ ମିଳିଛି । ବିଜୟଙ୍କୁ ବହୁମତ ନମିଳୁଥିବାରୁସେ ନିଜକୁ ନିଜେ ଜାଳିବାକୁ ଚେଷ୍ଟା କରି ଗୁରୁତର ଭାବେ ଆହତ ହୋଇଛନ୍ତି । ଚିକିତ୍ସା ପାଇଁ ଏବେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାମିଲନାଡୁରେ ସରକାର ଗଠନ ହେବାରେ ବିଳମ୍ବ ହେବାରୁ ଟିଭିକେ ମୁଖ୍ୟ ସି. ଜୋସେଫ ବିଜୟଙ୍କ ଜଣେ ସମର୍ଥକ ନିଜକୁ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ପ୍ରାୟ ୪୦ ବର୍ଷୀୟ ଇସାକିଆପ୍ପନ ଗୁରୁତର ପୋଡ଼ି ଆହତ ହୋଇଛନ୍ତି ଏବଂ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବିଜୟଙ୍କ ମୁଖ୍ୟମନ୍ତ୍ରୀ ହେବାରେ ବିଳମ୍ବ ଯୋଗୁଁ ସେ ବହୁତ କ୍ରୋଧିତ ଏବଂ ଭାବପ୍ରବଣ ହୋଇ ଏଭଳି ପଦକ୍ଷେପ ନେଇଥିବା କୁହାଯାଉଛି ।