ମୋଦୀଙ୍କୁ କଲେ ମନା, ରାହୁଲଙ୍କୁ କହିଲେ ହଁ

ନୂଆଦିଲ୍ଲୀ, ୦୭/୦୫ : ତାମିଲନାଡ଼ୁ ବିଧାନସଭା ନିର୍ବାଚନ ଫଳାଫଳ ପରେ ରାଜ୍ୟ ରାଜନୀତିରେ ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି । ଅଭିନେତାରୁ ନେତା ବନିଥିବା ବିଜୟଙ୍କ ଦଳ ‘ତମିଲଗା ଭେଟ୍ରି କାଜଗାମ’ ବା TVK ୧୦୭ଟି ଆସନ ଜିତି ସବୁଠାରୁ ବଡ଼ ଦଳ ଭାବେ ଉଭା ହୋଇଛି । ମାତ୍ର ସରକାର ଗଠନ ପାଇଁ ଆବଶ୍ୟକ ୧୧୭ ମ୍ୟାଜିକ୍ ନମ୍ବରଠାରୁ ଦଳ ମାତ୍ର କିଛି ପାଦ ଦୂରରେ ରହିଛି । ଏଭଳି ସ୍ଥିତିରେ ବିଜୟ ୫୩ ଆସନ ଜିତିଥିବା ଏନଡିଏକୁ ପ୍ରତ୍ୟାଖ୍ୟାନ କରି ମାତ୍ର ୫ଟି ଆସନ ଜିତିଥିବା କଂଗ୍ରେସର ସହଯୋଗ ଲୋଡ଼ିବା ସମସ୍ତଙ୍କୁ ଚକିତ କରିଛି । ଯାହାକୁ ନେଇ ଏବେ ତାମିଲନାଡୁରୁ ଦିଲ୍ଲୀ ସବୁଠି ଚର୍ଚ୍ଚା ।