ରାଜ୍ୟରେ ବଢିଚାଲିଛି ଅଶ୍ଳୀଳ ଭିିଡ଼ିଓ ଭାଇରାଲ ଘଟଣା । ଗତ ୨ ଦିନ ହେବ କେନ୍ଦ୍ରାପଡା ଜିଲ୍ଲା ରାଜନଗର ଅଂଚଳରେ ଜଣେ ଛାତ୍ରୀଙ୍କ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ଏନେଇ ଛାତ୍ରୀଙ୍କ ବାପା ଗତକାଲି ଥାନାରେ ଏତଲା ଦେଇଛନ୍ତି । ଘଟଣା ଅନୁସାରେ ଛାତ୍ରୀ ଜଣକ ପହିଲି ରଜ ଦିନ ନିଜ ପୁରୁଷ ବନ୍ଧୁଙ୍କ ସହ ପେଣ୍ଠ ବେଳାଭୂମିକୁ ବୁଲିବାକୁ ଯାଇଥିଲେ । ବର୍ଷା ହେବାରୁ ସେମାନେ ଏକ ମନ୍ଦିର ନିକଟରେ ଆଶ୍ରୟ ନେଇଥିଲେ । ଏହି ସମୟରେ ୮ରୁ ୧୦ ଜଣ ଯୁବକ ଆସି ସେଠାରେ ପହଂଚିଥିଲେ । ସେମାନଙ୍କୁ ଏକୁଟିଆ ଦେଖି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଜୋରଜବରଦସ୍ତ ଛାତ୍ରୀଙ୍କ ଡ୍ରେସ ଖୋଲିଦେଇଥିଲେ ।
ଏବଂ ପରେ ଦୁଷ୍କର୍ମ କରିବାକୁ କରିବାକୁ ଉଦ୍ୟମ କରିଥିଲେ । ଛାତ୍ରୀଙ୍କ ବନ୍ଧୁ ବିରୋଧ କରିବାକୁ ଉଭୟଙ୍କୁ ନିସ୍ତୁକ ମାଡ ମାରିଥିଲେ ଅସାମାଜିକ ଯୁବକ ମାନେ । ଏହି ସମୟରେ ଯୁବକ ମାନେ ଭିଡ଼ିଓ ରେକଡିଂ କରିଥିଲେ । ପରେ ଗାଡି ଓ ଟଙ୍କା ସବୁ ଛଡାଇ ନେଇଥିଲେ । ଥାନାରେ ଏତଲା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି