ଭୁବନେଶ୍ୱର, ୦୬/୧୦ : ଆସିଲାଣି ଶୀତ, ବଢ଼ିଲାଣି ଭିଡ଼ । ଚିଲିକା ବୁକୁରେ ଏବେ ଅତିଥି ପକ୍ଷୀଙ୍କ କୋଳାହଳ ବଢୁଛି । ଧୀରେ ଧୀରେ ବଢୁଛି ବିଦେଶୀ ପକ୍ଷୀଙ୍କ ସଂଖ୍ୟା। ସୁଦୂର ସାଇବେରିଆରୁ ଚିଲକାକୁ ପୁଣି ଥରେ ବର୍ଷେ ବ୍ୟବଧାନରେ ଅତିଥି ପକ୍ଷୀ ଆସିବା ନେଇ ସମସ୍ତେ ଖୁସି । ସ୍ଥାନୀୟ ଲୋକେ, ପ୍ରଶାସନ, ବନ ବିଭାଗ , ଚିଲିକା ବନ ଖଣ୍ଡ କାର୍ଯ୍ୟାଳୟରେ ସମସ୍ତେ ଏବେ ଅତିଥିଙ୍କୁ ସ୍ୱାଗତ କରିବା ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି ।