ଭୁବନେଶ୍ୱର, ୦୫/୦୯ : ଯାଜପୁରରେ ଘଟିଛି ଚାଞ୍ଚଲ୍ୟକର ଘଟଣା ସ୍ୱାମୀ ଅସୁସ୍ଥ ଥିବା କହି ଘରୁ ଡାକି ନେଇ ମହିଳାଙ୍କୁ ଦୁଷ୍କର୍ମ । ଯାଜପୁର କଳିଙ୍ଗନଗର ଥାନା ଅଞ୍ଚଳର ମହିଳାଙ୍କୁ ଚଣ୍ଡିଖୋଲପେ ଦୁଷ୍କର୍ମ । ଏଭଳି ଏକ ଚାଞ୍ଚଲ୍ୟକର ଖବର ପୁଣିଥରେ ମହିଳା ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କଳିଙ୍ଗନଗର ପୁଲିସ । ସୂଚନା ଅନୁଯାୟୀ ଗତ ୧ ତାରିଖରେ ସ୍ୱାମୀଙ୍କ ଦେହ ଖରାପ ଓ ସେ ଚଣ୍ଡିଖୋଲରେ ଅଛନ୍ତି କହି କଳିଙ୍ଗନଗର ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ଡାକିଥିଲେ ଅଭିଯୁକ୍ତ । ମହିଳା ଜଣକ ବ୍ୟସ୍ତ ହୋଇ ବସ ଯୋଗେ ଚଣ୍ଡିଖୋଲରେ ପହଞ୍ଚିଥିଲେ । ଅଭିଯୁକ୍ତ ବଡ଼ଚଣା ଥାନା ଅଞ୍ଚଳର ରାମଚନ୍ଦ୍ର ସାହୁ ଓ ଜେନାପୁର ଥାନା ଅଞ୍ଚଳର ଛବିନ୍ଦ୍ର ତରାଇ । ଉଭୟ ପୂର୍ବରୁ ସେଠାରେ ଉପସ୍ଥିତ ଥିଲେ ।