ନୂଆଦିଲ୍ଲୀ, ୧୬/୦୫ : ଭାରତୀୟ ମହିଳା କ୍ରିକେଟ ଦଳ ଚଳିତ ମାସରେ ଇଂଲଣ୍ଡ ଗସ୍ତରେ ଯିବ। ଇଂଲଣ୍ଡ ବିପକ୍ଷରେ ୫ଟି ଟି-୨୦ ଏବଂ ୩ଟି ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ। ଏହି ଗସ୍ତ ପାଇଁ ମହିଳା ଦଳ ଘୋଷଣା କରାଯାଇଛି। ମହିଳା ଟି-୨୦ ଦଳରେ ଶେଫାଳି ବର୍ମାଙ୍କ ପ୍ରତ୍ୟାବର୍ତ୍ତନ ହୋଇଛି। ମହିଳା ପ୍ରିମିୟର ଲିଗରେ ଶେଫାଳୀ ଭଲ ପ୍ରଦର୍ଶନ କରିବା ସହିତ ୩୦୪ ରନ ସଂଗ୍ରହ କରିଥିଲେ। ସେହିପରି ଅଲରାଉଣ୍ଡର ସ୍ନେହ ରାଣାଙ୍କୁ ବି ଟି-୨୦ ଦଳରେ ସାମିଲ କରାଯାଇଛି। ଏହାବ୍ୟତୀତ ସୟାଲି ସତଘରେଙ୍କୁ ଉଭୟ ଦିନିକିଆ ଏବଂ ଟି-୨୦ ଦଳରେ ସ୍ଥାନ ମିଳିଛି। ତେବେ ଦ୍ରୁତ ବୋଲର ରେଣୁକା ସିଂହ ଏବଂ ଅଫ୍ ସ୍ପିନର ଶ୍ରେୟଙ୍କା ପାଟିଲଙ୍କୁ ଟିମରେ ସ୍ଥାନ ମିଳିନାହିଁ।
ଟି-୨୦ ଦଳ: ହରମନପ୍ରୀତ କୌର(ଅଧିନାୟକ), ସ୍ମୃତି ମାନ୍ଧାନା(ଉପଅଧିନାୟକ), ଶେଫାଳୀ ବର୍ମା, ଜେମିମା ରୋଡ୍ରିକ୍ସ, ତ୍ରୁଚା ଘୋଷ(ଓ୍ବିକେଟ କିପର), ୟାସ୍ତିକା ଭାଟିଆ(ଓ୍ବିକେଟ କିପର), ହରଲିନ ଦେଓଲ, ଦୀପ୍ତି ଶର୍ମା, ସ୍ନେହ ରାଣା, ତଲ୍ଲାପୁରେଡ୍ଡୀ ଚରଣୀ, ଶୁଚି ଉପାଧ୍ୟାୟ, ଅମନଜୋତ କୌର, ଅରୁନ୍ଧତୀ ରେଡ୍ଡୀ, କ୍ରାନ୍ତି ଗୌଡ଼, ସୟାଲୀ ସତଘରେ।
ଦିନିକିଆ ଦଳ: ହରମନପ୍ରୀତ କୌର(ଅଧିନାୟକ), ସ୍ମୃତି ମାନ୍ଧାନା(ଉପଅଧିନାୟକ), ପ୍ରତିକା ରାଓ୍ବଲ, ହରଲିନ ଦେଓଲ, ଜେମିମା ରୋଡ୍ରିକ୍ସ, ତ୍ରୁଚା ଘୋଷ(ଓ୍ବିକେଟ କିପର), ୟାସ୍ତିକା ଭାଟିଆ(ଓ୍ବିକେଟ କିପର), ତେଜଲ ହସବନୀସ, ଦୀପ୍ତି ଶର୍ମା, ସ୍ନେହ ରାଣା, ନଲ୍ଲାପୁରେଡ୍ଡୀ ଚରଣୀ, ଶୁଚି ଉପାଧ୍ୟାୟ, ଅମନଜୋତ କୌର, ଅରୁନ୍ଧତୀ ରେଡ୍ଡୀ, କ୍ରାନ୍ତି ଗୌଡ଼, ସୟାଲ ସତଘରେ।