ଯୋଗର ଉପାକରିତା ବଖାଣିବାକୁ ଓ ଏହାକୁ ଆନ୍ତର୍ଜତିକ ସ୍ତରରେ ପ୍ରସିଦ୍ଧି ଦେବାକୁ କେନ୍ଦ୍ର ସରାକାର ଆଜିର ଦିନକୁ ଧୂମ୍ଧାମ୍ରେ ପାଳୁଛନ୍ତି। ପ୍ୟାରିସ୍ର ଆଇଫେଲ୍ ଟାଓ୍ୱାର, ଇଜିପ୍ଟର ପିରାମିଡ୍ ଓ ସ୍ୱୀଜରଲ୍ୟାଣ୍ଡର ଆଲପ୍ସ ପର୍ବତମାଳାର ପାଦଦେଶରେ ଯୋଗାଭ୍ୟାସ କରିଛନ୍ତି ଦେଶବାସୀ । ସେହିଭଳି ପୁରୀ ବେଳାଭୂମିରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଓ ମାନସ ସାହୁ ବାଲୁକା କଳାରେ ଦେଇଛନ୍ତି ଯୋଗର ବାର୍ତ୍ତା। ହେଲେ ଏହି ଦିବସ ପାଳନକୁ ନେଇ ଓଡିଶାରେ ବିବାଦ ଦେଖା ଦେଇଛି। ଦିବସ ପାଳନକୁ ରାଜ୍ୟ ସରକାରଙ୍କ ନା ପରେ ଜୋର ଧରିଛି ବିବାଦ। ପ୍ରଥମ ଥର ପାଇଁ ଓଡିଶା ଏଥର ସରକାରୀ ଭାବେ ରାଜ୍ୟସ୍ତରୀୟ ଯୋଗ ଦିବସ ପାଳନ କରିନି ।
ଓଡିଶାରେ ସରକାରୀ ଭାବେ ଦିବସ ପାଳନ ହୋଇ ନ ଥିଲେ ମଧ୍ୟ ଏଠାରେ ବି କିଛି କମ୍ ନ ଥିଲା ଆନ୍ତର୍ଜାତିକ ଯୋଗ ଦିବସର କ୍ରେଜ୍। ରାଜଧାନୀର କସ୍ତୁରବା ଶିକ୍ଷାଶ୍ରମ ପରିସରରେ ଆୟୋଜିତ ଶିବିରରେ ସାମିଲ ହୋଇଥିଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ। ଯୋଗ ଓ ପ୍ରାଣାୟମ ଦ୍ୱାରା ହିଁ ମାନବିକ ମୂଲ୍ୟବୋଧ ସମ୍ଭବ ହେବ ବୋଲି କହିଥିଲେ ଗଜପତି।
