ଅଶ୍ଳୀଳ ଫଟୋ ପଠାଇ ଗିରଫ ହେଲେ ମିକା

0

ଦୁବାଇ, ୭/୧୨ : ଏକ ଯୌନ ନିର୍ଯାତନା ମାମଲାରେ ଗାୟକ ମିକା ସିଂହଙ୍କୁ ଦୁବାଇରେ ଗିରଫ କରାଯାଇଛି । ମିକାଙ୍କ ଉପରେ ବ୍ରାଜିଲର ଜଣେ ଯୁବତୀ ଯୌନ ଶୋଷଣର ଆରପ ଲଗାଇଥିଲେ । ତାଙ୍କୁ ଦୁବାଇର ମୁରMାବାତ ପୋଲିସ ଷ୍ଟେସନରେ ଅଟକ ରଖାଯାଇ ଜେରା କରୁଥିବା ସୂଚନା ମିଳିଛି ।
ସୂଚନା ଅନୁଯାୟୀ, ଜଣେ ୧୭ ବର୍ଷିୟ ବ୍ରାଜିଲୀୟାନ ମଡେଲ ଗାୟକ ମିକା ସିଂହଙ୍କ ବିରୋଧରେ ଯୌନ ନିର୍ଯାତନାର ଅଭିଯୋଗ ଆଣିଥିଲେ । ମିକା ତାଙ୍କ ପାଖକୁ ଅଶ୍ଳୀଳ ଫଟୋ ପଠାଇଥିବା ସେ ଅଭିଯୋଗ ଆଣିବା ପରେ ବୁଧବାର ରାତି ୩ଟା ବେଳେ ଦୁବାଇ ପୋଲିସ ତାଙ୍କୁ ଗିରଫ କରିଥିଲା । ତେବେ ଗାୟକ ମିକା ସିଂହ ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଗୀତ ଗାଇବା ଲାଗି ଦୁବାଇ ଆସିଥିଲେ । ସେଠାରେ ତାଙ୍କର ସମ୍ପୃକ୍ତ ଯୁବତୀଙ୍କ ସହ ପରିଚୟ ହୋଇଥିଲା । ତାଙ୍କୁ ସେ ବଲିଉଡରେ କାମ ଯୋଗାଇଦେବାର ପ୍ରତିଶ୍ରୁତି ମଧ୍ୟ ଦେଇଥିବ ଅଭିଯୋଗ ହୋଇଛି ।

Leave A Reply

Your email address will not be published.