୫ ଦିନ ଭିତରେ କେରଳମ୍‌ ଛୁଇଁପାରେ ମୌସୁମୀ

ଭୁବନେଶ୍ୱର, ୩୧/୦୫ : ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ୪ରୁ ୫ ଦିନ ମଧ୍ୟରେ କେରଳମ୍‌ ଏବଂ ତାମିଲନାଡୁର କିଛି ଅଞ୍ଚଳରେ ପହଞ୍ଚିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ (IMD) ସୂଚନା ଦେଇଛି। ଏଥିପାଇଁ ବର୍ତ୍ତମାନ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଥିବା ଆଇଏମଡିର ସଦ୍ୟତମ ମୋୖସୁମୀ ବୁଲେଟିନରେ ଉଲ୍ଲେଖ କରାଯାଇଛି।ସାଧାରଣତଃ ଜୁନ୍‌ ୧ ତାରିଖରେ ମୌସୁମୀ କେରଳମ୍‌ ଉପକୂଳରେ ପ୍ରବେଶ କରିଥାଏ। କିନ୍ତୁ ଚଳିତବର୍ଷ ଏହା ମେ’ ୨୬ ତାରିଖରେ କେରଳମ୍‌ ଛୁଇଁବ ବୋଲି IMD ପୂର୍ବାନୁମାନ କରିଥିଲା। ହେଲେ ପରବର୍ତ୍ତୀ ସମୟରେ ସେହି ଆକଳନ ସଠିକ୍‌ ପ୍ରମାଣିତ ହୋଇନଥିଲା। ଏବେ ସଦ୍ୟତମ ବିଶ୍ଳେଷଣ ଆଧାରରେ IMD ପୁଣିଥରେ ମୋୖସୁମୀର ଅଗ୍ରଗତି ସମ୍ପର୍କରେ ଆଶାବାଦୀ ମତ ପ୍ରକାଶ କରିଛି। ମୋୖସୁମୀ କେରଳମ୍‌ ରେ ପ୍ରବେଶ କରିବା ପରେ ଦେଶର ବିଭିନ୍ନ ଅଞ୍ଚଳକୁ ଧୀରେ ଧୀରେ ଅଗ୍ରସର ହେବ। ଚାଷୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକ ପର୍ଯ୍ୟନ୍ତ ସମସ୍ତଙ୍କ ନଜର ଏବେ ମୋୖସୁମୀର ଆଗମନ ଉପରେ ରହିଛି।