ଆଜି ୪ ରାଜ୍ୟର ନିର୍ବାଚନ ତାରିଖ ଘୋଷଣା

0

ନୁଆଦିଲ୍ଲୀ, ୬/୧୦: ନିର୍ବାଚନ କମିଶନ ଆଜି ୪ ରାଜ୍ୟ ମଧ୍ୟପ୍ରଦେଶ, ଛତିଶଗଡ, ରାଜସ୍ଥାନ ଏବଂ ମିଜୋରାମରେ ହେବାକୁ ଥିବା ବିଧାନସଭା ନିର୍ବାଚନର ତାରିଖ ଘୋଷଣା କରିବାର କାର୍ଯ୍ୟକ୍ରମ ରହିଛି । ଶନିବାର ଅପରାହ୍ନରେ ଏକ ସାମ୍ବାଦୀକ ସମ୍ମୀଳନୀରେ ଏହି ତାରିଖ ଘୋଷଣା କରାଯିବ ବୋଲି ସୂଚନା ମିଳିଛି । ଏହା ବ୍ୟତୀତ ତେଲେଙ୍ଗାନା ନିର୍ବାଚନ ପାଇଁ ମଧ୍ୟ ତାରିଖ ଘୋଷଣା ହୋଇପାରେ ବୋଲି ଆଶଙ୍କା ରଖାଯାଇଛି । ନିର୍ବାଚନର ସମସ୍ତ ପ୍ରକ୍ରିୟା ଡିସେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ଶେଷ ହେବ ବୋଲି ସୂଚନା ମିଳିଛି । ତେବେ ଅନ୍ୟ ରାଜ୍ୟଗୁଡିକରେ ନିର୍ବାଚନ ପ୍ରକ୍ରିୟା ଗୋଟିଏ ପର୍ଯ୍ୟାୟରେ ଆୟୋଜିତ ହେବାବେଳେ ଛତିଶଗଡ଼ର ନିର୍ବାଚନ ପ୍ରକ୍ରିୟା ଟି ପର୍ଯ୍ୟାୟରେ କରାଯାଇ ପାରେ ବୋଲି କୁହାଯାଉଛି । ଏନେଇ ମୁଖ୍ୟ ନିର୍ବାଚନ କମିଶନ ଓ ପି ରାୱତ ଅନ୍ୟ ରାଜ୍ୟ ନିର୍ବାଚନ କମିଶନଙ୍କ ସହ ଶୁକ୍ରବାର ଦିଲ୍ଲୀଠାରେ ଏକ ବୈଠକ ଆୟୋଜନ କରିଥିଲେ ।

Leave A Reply

Your email address will not be published.