ଆସନ୍ତାକାଲି ପ୍ରଥମ ଦିନିକିଆ, ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ

0

ହାଇଦ୍ରାବାଦ, ୧ /୩ : ଆସନ୍ତାକାଲି ହାଇଦ୍ରାବାଦର ରାଜୀବ ଗାନ୍ଧୀ ଇଣ୍ଟର ନ୍ୟାସନାଲ ଷ୍ଟାଡିୟମରେ ଭାରତ ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ ମ୍ୟାଚ ଖେଳାଯିବ । ଅଷ୍ଟ୍ରେଲିଆ ଟି-୨୦ ସିରିଜର ଦୁଇଟି ଯାକ ମ୍ୟାଚ ଜିତିବା ସହ ସିରିଜ ହାତେଇବା ପରେ ଏବେ ଭାରତ ଦିନିକିଆ ସିରିଜକୁ ଟାର୍ଗେଟ କରିବ । ୫ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ ଜିତି ସିରିଜରେ ଆଗୁଆ ରହିବା ଲକ୍ଷ୍ୟ ନେଇ ଆସନ୍ତା କାଲି ପଡିଆକୁ ଓହ୍ଲାଇବ ବିରାଟ ବାହିନୀ ।

ବାଙ୍ଗାଲୋର ପରାଜୟ ପରେ ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି କହିଛନ୍ତି କି, ସବୁ ଦଳ ବିଶ୍ୱକପ ପୂର୍ବରୁ ନିଜକୁ ସର୍ବଶ୍ରେଷ୍ଠ ଭାବେ ଗଢିବାକୁ ଚାହୁଁଛନ୍ତି, ଦିନିକିଆ ସିରିଜରେ ମଧ୍ୟ ଆମେ ସମାନ କ୍ରମରେ ପଡିଆକୁ ଓହ୍ଲାଇବୁ , ତଥାପି ଆମେ ସବୁ ମ୍ୟାଚକୁ ଜିତିବାକୁ ଚାହୁଁଛୁ । ସର୍ବନିମ୍ନ ଭାବେ ୪ ଜଣ ଖେଳାଳୀଙ୍କୁ ଅନୁଧ୍ୟାନ କରାଯିବ ଏବଂ ଭଲ ପ୍ରଦର୍ଶନ ଆଧାରରେ ବିଶ୍ୱକପ ଖେଳିବାକୁ ସୁଯୋଗ ମିଳିବ କି ନାହିଁ ସ୍ଥିର କରାଯିବ ।

ସମସ୍ତଙ୍କ ନଜର ଏବେ କେ ଏଲ୍ ରାହୁଲ, ରିଷଭ ପନ୍ତ,ବିଜୟ ଶଙ୍କର, ଖଲିଲ ଅହମଦ ଓ କୌଲଙ୍କ ଉପରେ ରହିବ । ବିଶ୍ୱକପ ଦଳରେ ସ୍ଥାନ ପାଇବା ପାଇଁ ଅଷ୍ଟ୍ରେଲିଆ ବିପକ୍ଷରେ ଏମାନଙ୍କୁ ଦମଦାର ପ୍ରଦର୍ଶନ ଦେବାକୁ ପଡିବ । ସେପଟେ ଅମ୍ୱତୀ ରାଇଡୁ, କେଦାର ଯାଦବ ଓ ସାମି ଭାରତୀୟ ଦିନିକିଆ ଦଳକୁ ଫେରିସାରିଛନ୍ତି । ଚାଇନା ମ୍ୟାନ କୁଲଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲ ମଧ୍ୟକ୍ରମରେ ରନ ଗତିକୁ ଅଙ୍କୁଶ ଲଗାଇବା କାମ କରିବେ । ତେଣୁ ଫିଞ୍ଚଙ୍କ ପାଇଁ ଦିନିକିଆ ସିରିଜ ଟି-୨୦ ସିରିଜ ଠାରୁ ସମ୍ପୂର୍ଣ୍ଣ ଭାବେ ଭିନ୍ନ ହେବ ।

ସାମ୍ଭାବ୍ୟ ଦଳ
ଭାରତ : ବିରାଟ କୋହଲି(ଅଧିନାୟକ),ରୋହିତ ଶର୍ମା(ଉପ ଅଧିନାୟକ),ଶିଖର ଧାୱନ, ଅମ୍ବତୀ ରାଇଡୁ,କେଦାର ଯାଦବ,ମହେନ୍ଦ୍ର ସିଂ ଧୋନି(ୱିକେଟ ରକ୍ଷକ),ରବିନ୍ଦ୍ର ଜାଡେଜା, ଯଶପ୍ରୀତ ବୁମରା,ମୋହମ୍ମଦ ସାମି, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ବିଜୟ ଶଂକର,ଋିଷଭ ପନ୍ତ, ସିଦ୍ଧାର୍ଥ କୌଲ, କେ ଏଲ୍ ରାହୁଲ ।
ଅଷ୍ଟ୍ରେଲିଆ : ଆରୋନ ଫିଞ୍ଚ(ଅଧିନାୟକ), ପେଟ୍ କମିଂସ, ଏଲେକ୍ସ କାରେ,ଜେସନ ବେହରେନଡୋର୍ଫ,ନାଥନ କୁଲଟର ନାଇଲ, ପିଟର ହାଣ୍ଡସକଁମ୍ବ, ଉସ୍ମାନ ଖ୍ୱାଜା,ନାଥନ ଲାୟନ, ସନ ମାର୍ଶ,ଗ୍ଲେନ ମ୍ୟାକ୍ସୱେଲ, ଜେ ରିଚାର୍ଡସନ, ଡାର୍ସି ସାଁର୍ଟ, ମାର୍କସ ସ୍ଟୋଇନିସ, ଏଷ୍ଟନ ଟର୍ଣ୍ଣର,ଏଡମ ଜାମ୍ପା ଏବଂ ଏଣ୍ଡ୍୍ୟୁ ଟାଇ ।

Leave A Reply

Your email address will not be published.