ଆସନ୍ତାକାଲି ଭୁବନେଶ୍ୱର ଆସିବେ ମୁଖ୍ୟ ନିର୍ବାଚନ କମିଶନର

0

ଭୁବନେଶ୍ୱର,୧୨/୨: ଆସନ୍ତାକାଲି ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋରା ଭୁବନେଶ୍ୱର ଆସିବେ। ଆଜି ରାଜ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ଏହି ସୂଚନା ଦେଇଛନ୍ତି । ମୁଖ୍ୟ ନିର୍ବାଚନ କମିଶନର୍ ଆସନ୍ତାକାଲି ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବେ। ଆସନ୍ତା ୧୪ ଓ ୧୫ ତାରିଖ ଦୁଇଦିନ ଧରି ସେ ରାଜ୍ୟର ନିର୍ବାଚନ ପ୍ରସ୍ତୁତି ନେଇ ସମୀକ୍ଷା କରିବେ।

ଅନ୍ୟପକ୍ଷରେ ନିର୍ବାଚନ ପୂର୍ବରୁ ସଚେତନତା ପାଇଁ ସଚିବାଳୟରେ ଆଜି ମକ୍ ପୋଲ୍ କରାଯାଇଛି। ମୁଖ୍ୟ ଶାସନ ସଚିବଙ୍କ ସମେତ ବହୁ ଅଧିକାରୀ ଏଥିରେ ସାମିଲ ହୋଇଥିଲେ। ମକ୍ ପୋଲ୍‌ରେ ଇଭିଏମ୍, ଭିଭିପାଟ୍ ବ୍ୟବହାର ନେଇ ଅଧିକାରୀ ଓ ସଚିବାଳୟ କର୍ମଚାରୀଙ୍କୁ ତାଲିମ ଦିଆଯାଇଛି।

Leave A Reply

Your email address will not be published.