ଇତିହାସ ରଚିଲେ ସିନ୍ଧୁ

0

ଗୁଆଙ୍ଗ୍‌ଝୋଉ, ୧୭/୧୨: ରବିବାର ୨୦୧୭ ବିଶ୍ୱ ଚାମ୍ପିଅନ୍‌ ନୋଜୋମୀ ଓକୁହାରାଙ୍କୁ ହରାଇ ୱାଲ୍‌ର୍ଡଟୁର୍‌ ଟାଇଟଲ୍‌ ହାସଲ କରିଛନ୍ତି ପିଭି ସିନ୍ଧୁ । ୭ଥର ଫାଇନାଲ୍‌ରେ ପରାଜୟ ପରେ ଏହି ସିଧାସଳଖ ବିଜୟ ସହିତ ସେ ଏପରି ସଫଳତା ହାସଲ କରିବାରେ ପ୍ରଥମ ଭାରତୀୟ । ସିନ୍ଧୁ ୨୧-୧୯ ୨୧-୧୭ ସେଟ୍ରେ ଏହି ମ୍ୟାଚ୍‌ ଜିତିଛନ୍ତି, ଯାହାକି ଏକ ଘଣ୍ଟା ୨ ମିନିଟ୍‌ ଯାଏ ଖେଳାଯାଇଥିଲା । ଖେଳ ଆରମ୍ଭରୁ କିଛି ଭୁଲ୍‌ ପାଇଁ ଓକୁହାରା ପଛରେ ପଡ଼ିଯାଇଥିଲେ ଏବଂ ସିନ୍ଧୁ ଏହାର ଫାଇଦା ନେଇଥିଲେ । ଚଳିତ ବର୍ଷ ସେ ତିନୋଟି ଟ୍ରଫିରେ ଫାଇନାଲରେ ପହଞ୍ଚି ସୁଦ୍ଧା ଲଗାତାର ୩ଥର ହାରି ସାରିଥିଲେ । ଏହି ଟୁର୍ଣ୍ଣାମେଣ୍ଟର ଗତ ସଂସ୍କରଣରେ ଆକେନେ ୟାମାଗୁଚିଙ୍କଠାରୁ ହାରି ରୌପ୍ୟରେ ସନ୍ତୁଷ୍ଟ ହୋଇଥିଲେ । ଏହା ତାଙ୍କ କ୍ୟାରିଅରର ୧୪ତମ ଟାଇଟଲ୍‌ ଏବଂ ଚଳିତ ବର୍ଷର ପ୍ରଥମ । ଏହା ପୂର୍ବରୁ ସେ ବିଶ୍ୱ ଚାମ୍ପିଅନ୍‌ଶିପ୍‌, ଏସିଆନ୍‌ ଗେମ୍ସ, କମନ୍‌େୱଲ୍‌ଥ ଗେମ୍ସ, ଥାଇଲାଣ୍ଡ ଓପନ୍‌ ଏବଂ ଇଣ୍ଡିଆ ଓପନ୍‌ରେ ରୌପ୍ୟରେ ସନ୍ତୁଷ୍ଟ ରହିଥିଲେ । ସିନ୍ଧୁ ପୂର୍ବରୁ ଅଲିମ୍ପିକ୍ସ ଏବଂ ବିଶ୍ୱ ଚାମ୍ପିଆନ୍‌ଶିପ୍‌ ରୌପ୍ୟ ହାସଲ କରିସାରିଛନ୍ତି ।

Leave A Reply

Your email address will not be published.