କଳିଙ୍ଗରେ ବେଲଜିୟମ୍‌ ବିଶ୍ୱ ବିଶ୍ୱବିଜୟୀ

ଭୁବନେଶ୍ୱରର କଳିଙ୍ଗ ଷ୍ଟାଡ଼ିୟମ୍‌ରେ ଆୟୋଜିତ ୧୪ତମ ହକି ବିଶ୍ୱକପ୍‌-୨୦୧୮ରେ ବେଲ୍‌ଜିୟମ୍‌ ବିଶ୍ୱବିଜୟୀ ହୋଇଛି । ବେଲ୍‌ଜିୟମ୍‌ଠାରୁ ଫାଇନାଲ୍‌ରେ ହାରି ନେଦରଲାଣ୍ଡ୍ସ ରନର୍ସଅପ୍‌ ହୋଇଥିବା ବେଳେ ଅଷ୍ଟ୍ରେଲିଆ ଇଂଲଣ୍ଡକୁ ହରାଇ ତୃତୀୟ ସ୍ଥାନ ହାସଲ କରିଛି । ଏହି ଐତିହାସିକ ବିଜୟ ଯୋଗୁଁ ବେଲ୍‌ଜୀୟମ୍‌ ପ୍ରଥମଥର ପାଇଁ ବିଶ୍ୱବିଜୟୀ ଟ୍ରଫି ଉଠାଇବାର ସୌଭାଗ୍ୟ ଲାଭ କରିଛି । ଏଇ ବିଶ୍ୱସ୍ତରୀୟ ଇଭେଣ୍ଟକୁ ସଫଳତା ପୂର୍ବକ ସମାପ୍ତି କରି ହକି ବିଶ୍ୱକପ୍‌ର ସ୍ୱର୍ଣ୍ଣିମ ଇତିହାସରେ ଓଡ଼ିଶା ନିଜ ନାଁକୁ ସବୁଦିନ ପାଇଁ ଲିପିବଦ୍ଧ କରିଛି । ନେଦରଲାଣ୍ଡ୍‌ ପୂର୍ବରୁ ୩ ଥର (୧୯୭୩, ୧୯୯୦, ୧୯୯୮) ବିଜେତା ସହିତ ସର୍ବାଧିକ ୮ ଥର ପଦକ ଜିତିଥିଲା । ନବମ ପଦକ ଜିତିଥିଲେ ମଧ୍ୟ ରେପ୍ୟରେ ସୀମିତ ରହିଗଲା । ୨୦ ବର୍ଷ ସ୍ୱର୍ଣ୍ଣ ପ୍ରତୀକ୍ଷାର ଅନ୍ତ ଘଟି ପାରିଲା ନାହିଁ । କି;ୁ ପ୍ରଥମ ଥର ସେମିଫାଇନାଲ୍‌ ଉଠିଥିବା ବେଲ୍‌ଜୀୟମ୍‌ ନିଜ କ୍ରୀଡ଼ା ଇତିହାସରେ ପ୍ରଥମ ଥର ହକି ବିଶ୍ୱ ମୁକୁଟ ଜିତି ନୂଆ ଫର୍ଦ ଯୋଡ଼ିଦେଇଛି । ପୂର୍ବରୁ କେବଳ ୫ ଦେଶ ପାକିସ୍ତାନ (୪ ଥର), ଅଷ୍ଟ୍ରେଲିଆ, ନେଦରଲାଣ୍ଡ (୩ ଥର ଲେଖାଏଁ), ଜର୍ମାନି (୨ ଥର), ଭାରତ (ଥରେ) ବିଶ୍ୱକପ୍‌ ହାତେଇବାର ସେଭାଗ୍ୟ ପାଇଥିଲେ । ରବିବାର ପ୍ଲେଅଫ୍‌ରେ ୩ ଥର ବିଜେତା ଅଷ୍ଟ୍ରେଲିଆ ୮-୧ ଗୋଲ୍‌ରେ ଇଂଲଣ୍ଡକୁ ହରାଇ କାଂସ୍ୟ ପଦକ ଜିତି ନେଇଥିଲା । ଫାଇନାଲ୍‌ ମ୍ୟାଚ୍ର ପୁରସ୍କାର ବିତରଣ ଉତ୍ସବରେ କ୍ରିକେଟ୍‌ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ମୁଖ୍ୟ ଆକର୍ଷଣ ପାଲଟିଥିଲେ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପଦ୍ମଶ୍ରୀ ଦିଲ୍ଲୀପ ର୍ତିକି, ହକି ଇଣ୍ଡିଆ ସଭାପତି ମହମ୍ମଦ ମୁସ୍ତାକ୍‌, ଏଫ୍‌ଆଇଏଚ୍‌ ସଭାପତି ନରିନ୍ଦର ବାତ୍ରା, ମୁଖ୍ୟ କାର୍ଯ୍ୟର୍ନିବାହୀ ଥିଏରି ୱିଲ୍‌, ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା, ଶିଳ୍ପମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ପ୍ରମୁଖ ବ୍ୟକ୍ତିଗତ ପୁରସ୍କାର ମାନ ପ୍ରଦାନ କରିଥିଲେ ।