ଭୁବନେଶ୍ୱର,୨୦/୧୨ : ଭାରତରେ ଅବସ୍ଥାପିତ ଆମେରିକା ରାଷ୍ଟ୍ରଦୂତ କେନେଥ ଜଷ୍ଟର୍ ବୁଧବାର କିସ୍ ପରିଦର୍ଶନ କରିଛନ୍ତି। ସେ ଆଜି କିସ୍ର ବିଭିନ୍ନ ବିଭାଗ ବୁଲିବା ପରେ କହିଲେ, କିସ୍ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ପ୍ରତିଭା ଓ ଉତ୍ସାହ ମୋତେ ଗଭୀର ଭାବେ ପ୍ରଭାବିତ କରିଛି। ଏଠାରେ ୨୭ ହଜାର ଜନଜାତି ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ଏକ ପ୍ରଭାବଶାଳୀ ଓ ଗୁରୁତ୍ବପୂର୍ଣ୍ଣ ଉପଲବ୍ଧି। ଖାଲି ଯେ ଓଡ଼ିଶାର ଜନଜାତି ସ˚ପ୍ରଦାୟ ଉପରେ ଏହା ସକାରାତ୍ମକ ପ୍ରଭାବ ପକାଇପାରିଛି ତାହା ନୁହେଁ, ବର˚ ସମଗ୍ର ଭାରତ ପାଇଁ ଉପାଦେୟ ହୋଇପାରିଛି। ସେ ଆହୁରି କହିଲେ ଆମେରିକା ଓ ଭାରତ ମଧ୍ୟରେ ସମ୍ପର୍କର ଭବିଷ୍ୟତ ଯୁବଗୋଷ୍ଠୀଙ୍କ ହାତରେ ରହିଛି। ବର୍ତମାନ ସମୟରେ ଇ˚ରାଜୀ ଭାଷା ବିଶ୍ବର ବିଭିନ୍ନ କୋଣ ଅନୁକୋଣରେ ଏକ ସାଧାରଣ ଭାଷା ଭାବେ ପ୍ରଚଳିତ ହୋଇଛି। ଛାତ୍ରଛାତ୍ରୀ ଏହାକୁ ଶିଖିବା ଜରୁରି ହୋଇପଡ଼ିଛି।
ଇ˚ଲିଶ୍ ଆକ୍ସେସ୍ ପ୍ରୋଗ୍ରାମ ମାଧ୍ୟମରେ ଆମେରିକା ସରକାର ଓ କିସ୍ ମଧ୍ୟରେ ଏକ ଦୀର୍ଘ ସ୍ଥାୟୀ ସ˚ପର୍କ ସ୍ଥାପନ ହୋଇପାରିଛି। ଏହି ସମ୍ପର୍କ ଆସନ୍ତାବର୍ଷ ୧୦ ବର୍ଷ ପୂରଣ କରିବାକୁ ଯାଉଛି। କିସ୍ର ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ କହିଲେ, ତୁମମାନଙ୍କ ମଧ୍ୟରୁ କିଛି ଛାତ୍ରଛାତ୍ରୀ ଦିନେ ନା ଦିନେ ଆମେରିକୀୟ କୂଟନୀତିଜ୍ଞଙ୍କ ସହ ଗୋଟିଏ ଟେବୁଲ୍ରେ ବସି ବିଶ୍ବର ବିଭିନ୍ନ ସମସ୍ୟାର ସମାଧାନ କରିବାରେ ସୁଯୋଗ ପାଇବ। ସେଥିପାଇଁ ଏବେଠାରୁ କଠିନ ପରିଶ୍ରମ କରିବାକୁ ହେବ ବୋଲି ସେ କହିଥିଲେ। ଉଦ୍ବୋଧନ ପରେ ଶ୍ରୀ କେନେଥ୍ କିଟ୍ ଓ କିସ୍ ହକି ଷ୍ଟାଡିୟମ୍କୁ ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ହାଇଦ୍ରାବାଦସ୍ଥିତ ଆମେରିକା କନ୍ସୁଲେଟ୍ ଜେନେରାଲ୍ କାଥ୍ରିନ୍ ବି ହଡ୍ଡା, ପବ୍ଲିକ୍ ଆଫାୟାର୍ସ ମୁଖ୍ୟ ଡ୍ରିଉ ଗିବ୍ଲିନ୍, କିଟ୍ ଓ କିସ୍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, ସମ୍ପାଦକ ଆର. ଏନ୍ ଦାସ ପ୍ରମୁଖ ଉପସ୍ଥିତ ଥିଲେ।