କୁଲଦୀପ ରଚିଲେ ଇତିହାସ, ୬୪ ବର୍ଷରେ ପ୍ରଥମ ଭାରତୀୟ ଭାବେ ହାସଲ କଲେ ଏହି ସଫଳତା

ସିଡନୀ,୬/୧: ଟିମ୍‌ ଇଣ୍ଡିଆର ଷ୍ଟାର ଚାଇନାମ୍ୟାନ୍‌ କୁଲଦୀପ ଯାଦବ ସିଡନୀ ଟେଷ୍ଟର ୪ର୍ଥ ଦିନରେ ଆୟୋଜକ କଙ୍ଗାରୁ ଟିମ୍‌ର ଖେଳାଳିଙ୍କ ହୋସ୍‌ ଉଡ଼ାଇ ଦେଇଛନ୍ତି। ଅଷ୍ଟ୍ରେଲିଆ ମାଟିରେ ନିଜର ପ୍ରଥମ ଟେଷ୍ଟରେ କୁଲଦୀପ ଇନିଂସରେ ୯୯ ରନ ଦେଇ ୫ ଓ୍ଵିକେଟ ନେଇଛନ୍ତି, ଯାହା ଦ୍ୱାରା କି ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୩୦୦ ରନ୍‌ରେ ଆଉଟ୍‌ ହୋଇଛି। ଅଷ୍ଟ୍ରେଲିଆ ଟିମ୍‌ ନିଜ ମାଟିରେ ୩୧ ବର୍ଷ ପରେ ଭାରତ ବିପକ୍ଷରେ ଫଲୋଅନ୍‌ ଖେଳିବାକୁ ବାଧ୍ୟ ହୋଇଛି। ସିଡନୀ କ୍ରିକେଟ ଗ୍ରାଉଣ୍ଡ (ଏସ୍‌ଏଚ୍‌ଜି)ରେ କୁଲଦୀପ ଯାଦବ ଏହି ସ୍ମରଣୀୟ ପ୍ରଦର୍ଶନ ପରେ ଅଷ୍ଟ୍ରେଲିଆର ପୂର୍ବତନ ମହାନ ଲେଗ୍‌ ସ୍ପିନର ସେନ୍‌ ଓ୍ଵାର୍ଣ୍ଣ ଧନ୍ୟବାଦ ଜଣାଇଛନ୍ତି।

ସିଡନୀର ପ୍ରଦର୍ଶନ ନେଇ କୁଲଦୀପ ଯାଦବ କହିଛନ୍ତି, ନିଜର ଆଦର୍ଶଙ୍କ ସମ୍ମୁଖରେ ୫ ଓ୍ଵିକେଟ ନେବା ମୋ ପାଇଁ ଗର୍ବର ବିଷୟ। ଏହା ପରେ ଓ୍ଵାର୍ଣ୍ଣ ଟୁଇଟ କରି ଲେଖିଛନ୍ତି, ତୁମେ (କୁଲଦପୀ) ଭଲ ବୋଲିଂ କରିଛ ଏବଂ ୫ ଓ୍ଵିକେଟ ନେଇଥିବାରୁ ଧନ୍ୟବାଦ ଜଣାଉଛି। ତୁମର ଏଭଳି ସ୍ନେହଭରା ଶବ୍ଦ ପାଇଁ ପୁଣି ଥରେ ଧନ୍ୟବାଦ ଜଣାଉଛି। ତୁମ ସହିତ କାମ କରିବା ଓ ତୁମେ ବୋଲିଂ କରୁଥିବା ଦେଖି ବହୁତ ଭଲ ଲାଗିଛି। ଏହା ମୋ ପାଇଁ ଖୁସିର ବିଷୟ।