ଗ୍ୟାସ୍‌ ଟାଙ୍କି ଫାଟି ଜଳିଗଲେ ମାଆ-ପୁଅ-ଝିଅ

0

କଳାହାଣ୍ଡି, ୧୪/୧୧: ଆଜି କଳାହାଣ୍ଡି ଜିଲ୍ଲାରେ ଘଟିଛି ଏକ ଅଭାବନୀୟ ଘଟଣା । ରୋଷେଇ ଗ୍ୟାସ୍‌ ସିଲିଣ୍ଡର ବିସ୍ପୋରଣରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଥନଟ ଗାଁର ଏକ ପରିବାର ମା’ପୁଅ ଓ ଝିଅଙ୍କ ମୃତୁ୍ୟ ଘଟିଛି । ମୃତକମାନେ ହେଲେ ଥନଟ ଗାଁର ଚମ୍ପା ମେହେର, ଝିଅ ସୁନିତା ଓ ପୁଅ ଅମିତ ବୋଲି ଜଣାପଡ଼ିଛି । ଆଜି ସକାଳେ ରୋଷେଇ କରିବା ସମୟରେ ଗ୍ୟାସ ଟାଙ୍କି ବିସ୍ପୋରଣ ହୋଇଥିଲା । ଫଳରେ ଗ୍ୟାସ ଲଗାଉଥିବା ଚମ୍ପାଙ୍କ ଦେହରେ ନିଆଁ ଲାଗି ଯାଇଥିଲା । ଏହି ସମୟରେ ମା’ ନିକଟରେ ଥିବା ୮ ବର୍ଷର ଝିଅ ସୁନିତା ଓ ୫ ବର୍ଷର ପୁଅ ଅମିତ ନିଆଁରେ ପୋଡି ହୋଇ ଯାଇଥିଲେ । ପଡ଼ୋଶୀ ଓ ଅଗ୍ନିଶମ ବିଭାଗ ନିଆଁକୁ ଆୟ କରି ଲିଭାଇବରେ ସକ୍ଷମ ହୋଇଥିଲେ ହେଁ ସେତେବେଳକୁ ତିନି ଜଣଙ୍କ ଜୀବନ ଚାଲିଯାଇସାରିଥିଲା । ଖବର ପାଇ ପୋଲିସ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.