ଘରେ ଲଗାନ୍ତୁନି ଏସବୁ ଫଟୋ

0

ଅଧିକାଂଶ ଲୋକ ଘରର ସୁନ୍ଦରତା ବଢାଇବା ପାଇଁ ନିଜ ଘରେ ବିଭିନ୍ନ ପ୍ରକାର ଫଟୋ ଚିତ୍ର ଲଗାଇଥାନ୍ତି । ଏହା ପଛରେ କେବଳ ଗୋଟିଏ କାରଣ ଥାଏ କି ସେମାନଙ୍କ ଘରକୁ ଆସୁଥିବା ଅତିଥି ତାଙ୍କ ଘରର ପ୍ରଶଂସା କର;ୁ । କି;ୁ ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଭୁଲ ଫଟୋ ଚିତ୍ର ଲଗାଇବା ଦ୍ୱାରା ଘରେ ଏହାର ଅଶୁଭ ପ୍ରଭାବ ପଡିଥାଏ । ଏହା ଦ୍ୱାରା ଅପଣଙ୍କ ଆର୍ଥିକ ସ୍ଥିତି ବିଗିବାର ସମ୍ଭାବନା ରହିବା ସହ ପାରିବାରିକ ସମସ୍ୟା ମଧ୍ୟ ଉପୁଜିବାର ସମ୍ଭାବନା ଅଧିକ ରହିଥାଏ । ତେବେ ଆସ;ୁ ଜାଣିବା ଏହି ସବୁ ଫଟୋ ଚିତ୍ର ବିଷୟରେ ଯାହାକୁ ବାସ୍ତୁ ଶାସ୍ତ୍ରରେ ଅଶୁଭ ମନାଯାଇଥାଏ ।
– ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ କେବେ ବି ମହାଭାରତ ଯୁଦ୍ଧର ଫଟୋ ଲଗାଇବା ଉଚିତ ନୁହେଁ । ଏପରି କରିବା ଦ୍ୱାରା ଘରେ କୋଳହ ସୃଷ୍ଟି ହୋଇଥାଏ । ଆପଣଙ୍କ ଦାମ୍ପତ୍ୟ ଜୀବନରେ ଖରାପ ପ୍ରଭାବ ପକାଇ ପାରେ ।
– ଘରେ କେବେ ବି ହିଂସା ବା ହିଂସ୍ର ଫଟୋ ଯଥା, ଶିକାର କରୁଥିବା ପଶୁ କିମ୍ବା ଲଢୁଥିବା ପଶୁ ପକ୍ଷୀର ଫଟୋ ଚିତ୍ର ଲଗା;ୁ ନାହିଁ । ଏପରି ଫଟୋ ଘରେ ଅସାନ୍ତିର କାରଣ ସାଜିଥାନ୍ତି । ଏହା ବ୍ୟତିତ ପ୍ରତିଦିନ ଏପରି ଫଟୋ ଦେଖିବା ଦ୍ୱାରା ଆପଣଙ୍କ ସ୍ୱାଭାବରେ ମଧ୍ୟ ହିଂସ୍ର ହେବାର ସମ୍ଭାବନା ଅଧିକ ରହିଥାଏ ।
-ଘରେ ବୁଡୁଥିବା କିମ୍ବା କ୍ଷତିଗ୍ରସ୍ତ ବା ଭଗ୍ନ ଡଙ୍ଗାର ଫଟୋ ଲଗାଇବା ଉଚିତ ନୁହେଁ । ଏହା ଦ୍ୱାରା ଉନ୍ନତି ବଦଳରେ ଅବନ୍ନତି ଭୋଗିବାକୁ ପଡିଥାଏ ।
-ଅନେକ ବ୍ୟକ୍ତି ନିଜ ଘରେ ତାଜ ମହଲର ଫଟୋ ଲଗାଇବାକୁ ପସନ୍ଦ କରିଥାନ୍ତି । କି;ୁ ବାସ୍ତୁ ଶାସ୍ତ୍ର ଅନୁସାରେ ଏହାକୁ ଅସୁଭ ମନାଯାଇଥାଏ ଛ ଘରେ ତାଜ ମହଲ କିମ୍ବା ସମାଧି ଭଳି ଫଟୋ ରଖିବା ଉଚିତ ନୁହେଁ । ଏପରି କରିବା ଦ୍ୱାରା ମନରେ ନକାରାତ୍ମକ ଶକ୍ତି ଉପୁଜିଥାଏ ।

Leave A Reply

Your email address will not be published.