ନୂଆଦିଲ୍ଲୀ, ୧୫/୧୧ : ଦକ୍ଷୀଣ ଦିଲ୍ଲୀର ବସନ୍ତକୁଞ୍ଜ ଅଞ୍ଚଳରେ ଗୁରୁବାର ସକାଳୁ ୫୩ ବର୍ଷୀୟା ଫ୍ୟାଶନ ଡିଜାଇନର ମାଲା ଲଖାନୀ ଏବଂ ତାଙ୍କ ୫୦ ବର୍ଷିୟ ଚାକର ବାହାଦୁରଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସେମାନଙ୍କୁ ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ତେବେ ଏହି ମାମଲାରେ ୩ ଜଣଙ୍କୁ ଗିରଫ କରାଯାଇଥିବା ପୋଲିସ ପକ୍ଷରୁ ସୁଚନା ମିଳିଛି । ଦିଲ୍ଲୀ ପୋଲିସର କହିବା ଅନୁଯାୟୀ, ଏହି ମାମଲାରେ ୩ ଜଣ ଅଭିଯୁକ୍ତ ନିଜ ଦୋଷ ସ୍ୱୀକାର କରିଛନ୍ତି । ସେଥିମଧ୍ୟରୁ ରାହୁଲ ତମ୍ବର ନାମକ ଯୁବକ ମୃତ ଫ୍ୟାଶନ ଡିଜାଇନରଙ୍କ କାର୍ଯ୍ୟାଳୟରେ ଟେଲର ଭାବରେ କାର୍ଯ୍ୟରତ ଥିଲା । ୨ ଜଣ ବନ୍ଧୁଙ୍କ ସହ ମିଶି ସେ ମାଲାଙ୍କ ଘରେ ଚୋରି କରିବାର ଉଦ୍ଦେଶ୍ୟରେ ଆସିଥିବା ପୋଲିସ ପକ୍ଷରୁ ସୁଚନା ମିଳିଛି । ମାଲା ଏବଂ ତାଙ୍କ ଚାକର ବାହାଦୁରଙ୍କ ମୃତ ଦେହ ବୁଧବାର ମଧ୍ୟରାତ୍ରିରେ ଉଦ୍ଧାର କରାଯାଇଥିଲା । ତେବେ ମାଲା ଏବଂ ବାହାଦୁରଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯିବା ପରେ ପୋଲିସ ଏହି ମାମଲାରେ ୩ ଜଣଙ୍କୁ ଗିରଫ କରିଥିଲା ।