ଛତିଶଗଡ,୧୯/୧୧: ଆସନ୍ତାକାଲି ଛତିଶଗଡରେ ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ୧୯ଟି ଜିଲ୍ଲାର ୭୨ଟି ବିଧାନସଭା ଆସନ ପାଇଁ ଆସନ୍ତାକାଲି ମତଦାନ ହେବ । ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ। ଛତିଶଗଡ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ବିଜେପି ଓ କଂଗ୍ରେସର ପ୍ରମୁଖ ନେତାଙ୍କ ସହ ୧ ହଜାର ୭୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ରାଜ୍ୟର ୯ ଜଣ ମନ୍ତ୍ରୀଙ୍କ ସହ ବାଚସ୍ପତି ଓ କଂଗ୍ରେସର ପ୍ରମୁଖ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ମତଦାନ ପାଇଁ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।