ଭୁବନେଶ୍ୱର,୨୪/୧୧: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଜଟଣୀ ନିର୍ବାଚନମଣ୍ଡଳିରେ ବୃହତ ପାନୀୟ ଜଳ ପ୍ରକଳ୍ପ ‘ବସୁଧା’ର ଶୁଭାରମ୍ଭ କରିଛନ୍ତି। ଏହି ପ୍ରକଳ୍ପ ଦ୍ୱାରା ଖୋର୍ଦ୍ଧା , ଜଟଣୀ ପୌରାଞ୍ଚଳ ସହିତ ନାଇଜର, ଆଇଆଇଟି ଓ ଇଡକୋ ଅଞ୍ଚଳକୁ ପାନୀୟ ଜଳଯୋଗାଣ ହେବ । ଏହି ପ୍ରକଳ୍ପ ମାଧ୍ୟମରେ ନରାଜରୁ ପାଣି ଅଣାଯାଇ ଖୋର୍ଦ୍ଧା ଓ ଜଟଣୀ ପୌରାଞ୍ଚଳକୁ ପାନୀୟ ଜଳ ଯୋଗାଣ କରାଯାଇଛି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ସମସ୍ତଙ୍କୁ ଭଲ ପିଇବା ପାଣି ଯୋଗାଇ ଦେବା ପାଇଁ ‘ବସୁଧା’ ପ୍ରକଳ୍ପର ପରିକଳ୍ପନା କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସମଗ୍ର ରାଜ୍ୟର ୯୫ଟି ପୌରାଞ୍ଚଳର ୫ଶହ ପାନୀୟ ଜଳ ପ୍ରକଳ୍ପକୁ ଉଦ୍ଘାଟନ କରିଛନ୍ତି। ଏହି ବସୁଧା ପ୍ରକଳ୍ପର ଶୁଭ ଉଦ୍ଘାଟନ ଉତ୍ସବରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ସାଂସଦ ଡ. ପ୍ରସନ୍ନ ପାଟଶାଣୀ, ଖୋର୍ଦ୍ଧା ବିଧାୟକ ରାଜେନ୍ଦ୍ର କୁମାର ସାହୁ , ଜଟଣୀର ପୂର୍ବତନ ବିଧାୟକ ବିଭୂତି ବଳବନ୍ତରାୟ ଓ ଜିଲ୍ଲାପାଳ ଉପସ୍ଥିତ ଥିଲେ।