ଟିମ୍‌ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

0

ନୂଆଦିଲ୍ଲୀ: ବିରାଟ୍‌ କୋହଲିଙ୍କ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆ ଅଷ୍ଟ୍ରେଲିଆ ମାଟିରେ ଐତିହାସିକ ସିରିଜ୍‌ ବିଜୟ ହାସଲ କରିଛି। ଏହି ବିଜୟ ପରେ ଟିମ୍‌ ଇଣ୍ଡିଆକୁ ଚାରିଆଡ଼ୁ ପ୍ରଶଂସାର ସୁଅ ଛୁଟିଛି। ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟିମ୍‌ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଛନ୍ତି।

ସେ କହିଛନ୍ତି, “ ଅଷ୍ଟ୍ରେଲିଆରେ ଟିମ୍‌ ଇଣ୍ଡିଆ ଏକ ଐତିହାସିକ କୃତିତ୍ୱ ହାସଲ କରିଛି। କଠିନ୍‌ ପରିଶ୍ରମ ଓ ଲଢ଼େଇ ପାଇଁ ଟିମ୍‌ ଇଣ୍ଡିଆକୁ ଶୁଭେଚ୍ଛା। ଟିମ୍‌ ଇଣ୍ଡିଆ ସିରିଜ୍‌ ବିଜୟ ପାଇଁ ପ୍ରବଳ ଦାବିଦାର ଥିଲା। ଏହି ସିରିଜ୍‌ରେ ପୂର୍ଣ୍ଣ ମାତ୍ରାରେ ଏକ ଟିମ୍‌ ୱର୍କ ଦେଖିବାକୁ ମିଳିଛି। ଆଗକୁ ଆସୁଥିବା ମ୍ୟାଚ୍‌ ପାଇଁ ଶୁଭେଚ୍ଛା।” ମୋଦିଙ୍କ ଟ୍ୱିଟ୍‌ ପରେ ଚେତେଶ୍ୱର ପୂଜାରା, ହରଭଜନ ସିଂହ, ସୁରେଶ ରାଇନା, ସୌରଭ ଗାଙ୍ଗୁଲି ଓ ପ୍ରଜ୍ଞାନ ଓଝା ପ୍ରମୁଖ ଟ୍ୱିଟ୍‌ କରି ଟିମ୍‌ ଇଣ୍ଡିଆକୁ ପ୍ରଶଂସା କରିଛନ୍ତି। ଟିମ୍‌ ଇଣ୍ଡିଆ ଅଷ୍ଟ୍ରେଲିଆକୁ ତା’ରି ମାଟିରେ ୨-୧ରେ ପରାସ୍ତ କରି ଦୀର୍ଘ ୭୨ ବର୍ଷ ପରେ ସିରିଜ୍‌ ଜିତିବାରେ ସକ୍ଷମ ହୋଇଛି।

Leave A Reply

Your email address will not be published.