ଝାନ୍ସି, ୧୩/୧୧: ଉତ୍ତର ପ୍ରଦେଶ ଝାନ୍ସୀସ୍ଥିତ ବାନପୁର ଥାନା ବୀର ଗ୍ରାମରେ ଜଣେ ନୃଶଂସ ପିତା ନିଜ ତିନି ଝିଅଙ୍କୁ ଅତି ବର୍ବର ଭାବେ ହତ୍ୟା କରିଛି । ଅଭିଯୁକ୍ତ ପିତା ଛିଦ୍ଦୁ କୁଶୱାହ ମଙ୍ଗଳବାର ସକାଳେ ଗୋଟିଏ ଘରେ ନିଜର ତିନି ଝିଅଙ୍କୁ ବନ୍ଦ କରି ଏକ ଲୁହା ରଡରେ ଆକ୍ରମଣ କରିଥିଲା ଓ ସେହି ଘରେ ଥିବା ଗ୍ୟାସରେ ଜଳାଇବାକୁ ଚେଷ୍ଟା କରିଥିଲା । ସମସ୍ତ ଆହାତମାନଙ୍କୁ ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରୁ ତାଙ୍କୁ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ଜିଲ୍ଲା ଚିକିତ୍ସାଳୟରେ ଲଲିତପୁରରରେ ଆସୁଥିବା ବେଳେ ରାଧିକା(୭) ଓ ଅଂଜଳି(୧୧) ମୃତ୍ୟୁ ହୋଇଥିଲା ଓ ୩ ବର୍ଷିୟ ବିଦିଶା ମଧ୍ୟ ଜୀବନ ଓ ମୃତ୍ୟୁ ସହ ସଂଘର୍ଷ କରୁଥିବା ବେଳେ ଚିକିତ୍ସା ସମୟରେ ତାର ମୃତ୍ୟୁ ହୋଇଥିଲା । ଅଭିଯୁକ୍ତକୁ ପୋଲିସ ଗିରଫ କରି ହତ୍ୟା ମାମଲା ରୁଜକରି ପଚରା ଉଚରା ଜାରିରଖିଛି ।
