ବଲିଉଡ଼ର ହାସ୍ୟଅଭିନେତା ରାଜପାଲ ୟାଦବ ଆଜିର ଦିନରେ ଦିଲ୍ଲୀର ତିହାଡ଼ ଜେଲରେ ଦିନ ବିତାଉଛନ୍ତି । ୫ କାଟି ଟଙ୍କାର ଚେକ୍ ବାଉନ୍ସ ହେବା କାରଣରୁ ହାଇକୋର୍ଟ ତାଙ୍କୁ ୩ ମାସର ଜେଲଦଣ୍ଡରେ ଦଣ୍ଡିତ କରିଛି । ତେବେ ରାଜପାଲଙ୍କ ନା’ରେ ଏକ ଇଣ୍ଟ୍ରେଷ୍ଟିଙ୍ଗ କଥା ଜାଣିବାକୁ ମିଳୁଛି । ସେହି ଇଣ୍ଟ୍ରେଷ୍ଟିଙ୍ଗ କଥାଟି ହେଉଛି ରାଜପାଲ ଜେଲରେ ଅନ୍ୟ କଏଦି ମାନଙ୍କ ସହ ହସଖୁସିରେ ଦିନ ବିତାଉଛନ୍ତି । ସୂତ୍ର ମୁତାବକ ଜେଲରେ ଏକ କବି ସମ୍ମିଳନୀର ଆୟୋଜନ କରାଯାଇଥିବା ଅବସରରେ ରାଜପାଲ ନିଜର ଏକ ଆକଫ ପଦର୍ଶନ କରିଥିଲେ ଯାହାକୁ ଦେଖି ସେଠାରେ ଉପସ୍ଥିତ ଲୋକମାନେ ହସି ହସି ବେହାଲ ହୋଇପଡ଼ିଥିଲେ । ତିହାଡ଼ ଜେଲରେ ରାଜପାଲ ୭ନମ୍ବର ସେଲରେ ରହୁଥିବାବେଳେ ସେହି ସେଲର ରହୁଥିବା ଅନ୍ୟ କଏଦି ତାଙ୍କ ସହ ରହି ବେଶ୍ ଖୁସି ଅଛନ୍ତି । ଆଗାମୀ ଦିନରେ ଆସୁଥିବା ବଡ଼ଦିନ ଅବସରରେ ରାଜପାଲ ଏକ ଆକଫର ପ୍ରସ୍ତୁତି କରିଛନ୍ତି ଯାହାକୁ ସେ ନିଜେ ନିର୍ଦ୍ଦଶନା ଦେଇଥିବା କଥା କୁହାଯାଉଛି । ରାଜପାଲ ୨୦୧୦ ମସିହାରେ ବ୍ୟବସାୟୀ ସୁରେନ୍ଦର ସିଂହଙ୍କଠାରୁ ୫ କୋଟି ଟଙ୍କାର ଉଧାରି ଆଣିଥିଲେ । ତେବେ ଟଙ୍କା ଫେରସ୍ତ ପାଇଁ ରାଜପାଲ ମୁମ୍ବାଇ ଆକ୍ସିସ ବ୍ୟାଙ୍କ ବ୍ରାଞ୍ଚର ଏକ ଚେକ୍ ସୁରେନ୍ଦରଙ୍କୁ ଦେଇଥିଲେ । ଯାହା ୨୦୧୫ ସେପଫମ୍ବରରେ ବ୍ୟାଙ୍କରେ ଜମା କରିବା ସମୟରେ ବାଉନ୍ସ ହୋଇଯାଇଥିଲା । ପରେ ସୁରେନ୍ଦର ନ୍ୟାୟ ପାଇଁ ଜେଲର ଦ୍ୱାରସ୍ତ ହୋଇଥିଲେ । ଦୀର୍ଘ ତିନି ବର୍ଷପରେ ରାଜେନ୍ଦରଙ୍କୁ ମିଳିଛି ନ୍ୟାୟ । ରାଜପାଲଙ୍କୁ ୧୦ କୋଟି ୪୦ ଲକ୍ଷ ଟଙ୍କାର ଜୋରିମାନା ଦେବାକଥା ସ୍ଥିର କରାଯାଇଥିଲା । କିନ୍ତୁ ଯେତେବେଳେ ରାଜପାଲ ଏହି ଟଙ୍କାକୁ ଫେରସ୍ତ କରିବାରେ ବିଫଳ ହେଲେ କୋର୍ଟ ତାଙ୍କୁ ଜେଲ ପଠାଇଦେଲେ । ‘ଆତା ପତା ଲାପତା’ଫିଲ୍ମ ନିର୍ମାଣ ପାଇଁ ରାଜପାଲ ଏହି ଟଙ୍କା ସୁରେନ୍ଦରଙ୍କଠାରୁ ଧାର ସୂତ୍ରରେ ଆଣିଥିଲେ । ଚଳିତ ବର୍ଷ ରାଜପାଲ ଏକ କନ୍ୟା ସନ୍ତାନର ବାପା ହେବା ସହ ନିକଟରେ ମୁକ୍ତି ଲାଭକରିବାକୁ ଯାଇଛି ରାଜପାଲଙ୍କ ଅଭିନୀତ ପଞ୍ଜାବୀ ଫିଲ୍ମ ‘ଚଣ୍ଡୀଗଡ଼ ଅମୃତସର ଚଣ୍ଡୀଗଡ଼’ ।