ନରେନ୍ଦ୍ର ଦାମୋଦର ଦାସ ମୋଦୀ ଦ୍ଵିତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ

0

ନୂଆଦିଲ୍ଲୀ,୩୦/୫: ଦ୍ଵିତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ନରେନ୍ଦ୍ର ଦାମୋଦର ଦାସ ମୋଦୀ। ରାଷ୍ଟ୍ରପତି ଭବନରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୋଦୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହା ସହିତ ଦେଶରେ ପୁଣି ଥରେ ମୋଦୀ ଯୁଗ ଆରମ୍ଭ ହୋଇଛି। ମୋଦୀ ଦେଶର ପଞ୍ଚଦଶ ପ୍ରଧାନମନ୍ତ୍ରୀ ରୂପେ କାର୍ଯ୍ୟଭାର ଗ୍ରହଣ ରକିଛନ୍ତି। ଗତ ଥର ମୋଦୀ ୨୦୧୪ ମେ ୨୬ରେ ପ୍ରଥମ ଥର ଦେଶର ପ୍ରଧାନମନ୍ତ୍ରୀ ରୂପେ ଶପଥ ନେଇଥିଲେ।

ପିଏମ ମୋଦୀଙ୍କ ପରେ କ୍ୟାବିନେଟ୍ ମନ୍ତ୍ରୀ ଭାବେ ରାଜନାଥ ସିଂହ ପଦ ଏବଂ ଗୋପନୀୟତାର ଶପଥ ନେଇଛନ୍ତି। ଏଥିରୁ ସ୍ପଷ୍ଟ ହୋଇଛି ଯେ ମୋଦୀ ସରକାର ୨.୦ରେ ସେ ହେଉଛନ୍ତି ମୋଦୀଙ୍କ ପରେ ଦ୍ଵିତୀୟ ନମ୍ବର ମନ୍ତ୍ରୀ। ସରକାରରେ ତୃତୀୟ ନମ୍ବରରେ ଅମିତ୍ ଶାହା କ୍ୟାବିନେଟ୍ ମନ୍ତ୍ରୀ ରୂପେ ଶପଥ ନେଇଛନ୍ତି। ସରକାରରେ ଚତୁର୍ଥ ମନ୍ତ୍ରୀ ରୂପେ ନୀତିନ ଗଡ଼କରୀ ଶପଥ ନେଇଛନ୍ତି। ଏହା ପରେ ସଦାନନ୍ଦ ଗୌଡ଼ା ଇଂରାଜୀରେ ପଦ ଏବଂ ଗୋପନୀୟତାର ଶପଥ ନେଇଛନ୍ତି। ଏହା ପୂର୍ବରୁ ପିଏମ ଓ ତିନି ମନ୍ତ୍ରୀ ହିନ୍ଦୀରେ ଶପଥ ଗ୍ରହଣ କରିଥିଲେ।

ଶପଥ ଗ୍ରହଣ ସମାରୋହରେ ୮୦୦୦ରୁ ଅଧିକ ଅତିଥିଙ୍କ ସମାଗମ ଘଟିଛି। ସମାରୋହରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ମଧ୍ୟ ଉପସ୍ଥିତ ଅଛନ୍ତି।

Leave A Reply

Your email address will not be published.