ପର୍ଥ, ୧୭/୧୨ : ପର୍ଥ ଷ୍ଟାଡିୟମଠାରେ ଚାଲିଥିବା ଭାରତ-ଅଷ୍ଟ୍ରେଲିଆ ୨ୟ ଟେଷ୍ଟର ୪ର୍ଥ ଦିନ ଖେଳ ଶେଷସୁଦ୍ଧା ବିଜୟଲକ୍ଷ୍ୟ ୨୮୭କୁ ପିଛାକରି ୫ ୱିକେଟ ହରାଇ ୧୧୨ ରନ୍ କରି ସଙ୍କଟରେ ପଡ଼ିଛି । ଛାମୁଆ ଜଣ ଖେଳାଳି ନିରାଶ କରି ପ୍ୟାଭିଲିୟନ୍ ଫେରିଯାଇଥିବା ବେଳେ ସ୍ଥିତି ସମ୍ଭାଳିବାକୁ ରିଷଭ ପନ୍ତ ଓ ହନୁମା ବିହାରୀ ସଂଘର୍ଷ ଜାରି ରଖିଛନ୍ତି । ଖେଳ ଶେଷହେବା ବେଳକୁ ହନୁମା ୨୪ ଓ ପନ୍ତ ୯ ରନ୍ କରି ଅପରାଜିତ ରହିଛନ୍ତି । ତେବେ ଶେଷ ଦିନରେ ବିଜୟ ପାଇଁ ଭାରତକୁ ଆହୁରି ୧୭୫ ରନ୍ କରିବାକୁ ବାକି ରହିଛି । ଏହା ପୂର୍ବରୁ ଅଷ୍ଟ୍ରେଲିଆ ନିଜର ୨ୟ ଇନିଂସରେ ୨୪୩ ରନ କରି ଅଲଆଉଟ ହୋଇଯାଇଥିଲା ।
ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୩୨୬ ରନ ସଂଗ୍ରହ କରିଥିବାବେଳେ ତାହାର ଜବାବରେ ଭାରତ ନିଜର ପ୍ରଥମ ଇନିଂସରେ ୨୮୩ରେ ଅଲଆଉଟ ହୋଇଯାଇଥିଲା । ପ୍ରଥମ ଇନିଂସରେ ଭାରତୀୟ ଦଳ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥଲା । କି;ୁ ଅଧିନାୟକ ବିରାଟ କୋହଲିଙ୍କ ଶତକ ଦଳକୁ ବିପର୍ଯ୍ୟୟରୁ ରକ୍ଷା କରିଥିଲା ଛ କୋହଲି ୧୨୩ ରନ ଓ ଅଜିଙ୍କ୍ୟ ରାହାଣେ ୫୧ରନ ସଂଗ୍ରହ କରିଥିଲେ ।
Next Post