ପୁରୀ ଗୁଣ୍ଡିଚା ମନ୍ଦିର ନିକଟରେ ଯୁବକଙ୍କୁ ଗୁଳିମାଡ଼

0

ପୁରୀ, ୨୫/୧୨: ମଙ୍ଗଳବାର ସକାଳେ ପୁରୀ ଗୁଣ୍ଡିଚା ମନ୍ଦିର ନିକଟରେ ଘଟିଛି ଗୁଳିକାଣ୍ଡ । କେତେଜଣ ଅଜ୍ଞାତ ଜଣେ ଯୁବକଙ୍କୁ ଗୁଳିକରିଥିବା ବେଳେ ଏହା ତାଙ୍କ କାନ୍ଧ ଓ କାନରେ ବିଜିଛି । ତେବେ ତାଙ୍କୁ ଗୁରୁତର ଅବସ୍ଥାରେ ପୁରୀ ଜିଲ୍ଲା ମୁଖ୍ୟ ଚିକିସାଳୟରେ ଭର୍ତ୍ତି କରାଯାଇଛି । ଗୁଳିମାଡ଼ ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଯୁବକଙ୍କ ନାଁ ସଞ୍ଜୟ ବେହେରା ( ୨୭ ବର୍ଷ) ବୋଲି ଜଣାପଡ଼ିଛି । ସଞ୍ଜୟଙ୍କ ନାମରେ ପୂର୍ବରୁ ହତ୍ୟା, ହତ୍ୟା ଉଦ୍ୟମ, ଦାଦା ବଟି ଆଦାୟ ଆଦି ପ୍ରାୟ ୨୦ଟି ମାମଲା ରହିଥିବାରୁ ତାଙ୍କ ବିରୋଧୀ ଗୋଷ୍ଠୀର ଏହି କାଣ୍ଡ ହୋଇଥାଇପାରେ ବୋଲି ପୋଲିସ ସନ୍ଦେହ କରିଛି ।

Leave A Reply

Your email address will not be published.