ବାହୁବଲୀଠୁ ଭାରି ୨.୦

0

ରିଲିଜ୍‌ ହୋଇଯାଇଛି ସୁପର୍‌ଷ୍ଟାର୍‌ ରଜନୀକାନ୍ତ ଓ ଖିଲାଡୀଷ୍ଟାର୍‌ ଅକ୍ଷୟକୁମାର ଅଭିନୀତ ବିଗ୍‌ବଜେଟ୍‌ ଫିଲ୍ମ ୨.୦ । ଏହି ଫିଲ୍ମ ବର୍ତ୍ତମାନ ବକ୍ସଅଫିସ୍‌ର ସବୁ ରେକର୍ଡ ଭାଙ୍ଗିବାରେ ଲାଗିଛି । ମିଡିଆ ରିପୋର୍ଟ ମୁତାବକ, ଫିଲ୍ମ ୨.୦ ଆଡଭାନ୍ସ ବୁକିଂରେ ଫିଲ୍ମ ବାହୁବଲୀକୁ ବି ପଛରେ ପକାଇଛି । ପ୍ରଥମ ଦିନରେ ଫିଲ୍ମଟି ୧୦୦ କୋଟିରୁ ଉର୍ଦ୍ଧ ବ୍ୟବସାୟ କରିଛି । ଏହାସହ ପିଲ୍ମଟି ସାଉଥ୍‌ ସୁପରହିଟ୍‌ ମୁଭି ବାହୁବଲୀ ପରେ ଦ୍ୱିତୀୟ ହାଇଏଷ୍ଟ ଅପନିଂ ମୁଭି ପାଲଟିଛି । ଫିଲ୍ମଟି ହିନ୍ଦୀ ଭାଷାରେ ୨୦.୨୫ କୋଟି ଟଙ୍କା ଆୟ କରିଛି । ବିଶେଷ କଥା ହେଉଛି, ଏହି ଫିଲ୍ମ ଜରିଆରେ ଅଭିନେତା ଅକ୍ଷୟ କୁମାର ନିଜର ପୂର୍ବ ପାଞ୍ଚଟି ବ୍ଲକ୍‌ବଷ୍ଟର୍‌ ଫିଲ୍ମର ରେକର୍ଡ ଭାଙ୍ଗିଛନ୍ତି ।

Leave A Reply

Your email address will not be published.