ବିଜୟ ଏବଂ ଦିଲ୍ଲୀପ ବିଜେପି ଛାଡିଲେ କ୍ଷତି ହେବ: ଜୁଏଲ୍ ଓରାମ

ଭୁବନେଶ୍ୱର, ୨୭/୧୧ : ବରିଷ୍ଠ ନେତା ବିଜୟ ମହାପାତ୍ର ଓ ବିଧାୟକ ଦିଲ୍ଲୀପ ରାୟ ବିଜେପି ଛାଡିବା ନେଇ ଚର୍ଚ୍ଚା ହେଇଥିବା ବେଳେ ଉଭୟେ ଦଳ ଛାଡିଲେ କ୍ଷତି ହେବ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ। ଏହା ଉପରେ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ ଦଳ ଛାଡିବା ସେମାନଙ୍କର ନିଜସ୍ୱ ନିଷ୍ପତି। ବିକାଶ ପାଇଁ ନୁହେଁ, ରାଜନୈତିକ କାରଣ ପାଇଁ ଦଳ ଛାଡୁଥାଇପାରନ୍ତି। ଏଥିରେ କ୍ଷତି ହେଲେ ମଧ୍ୟ ଦଳ ଭରଣା କରିବାକୁ ପାର୍ଟି ଚେଷ୍ଟା କରିବ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ସେତୁ ଏବଂ ଆଇଜିଏଚ୍ ହସ୍ପିଟାଲକୁ ସୁପର ସ୍ପେଶାଲିଷ୍ଟ୍ ହସ୍ପିଟାଲ କରିବା ପାଇଁ କେନ୍ଦ୍ର ସରକାର ଯେଉଁ ପ୍ରତିଶ୍ରୁତି ଦେଇଥିଲେ ସେ ଦିଗରେ କାର୍ଯ୍ୟ ଆରମ୍ଭ ହୋଇଛି। ଦିଲ୍ଲୀପଙ୍କ ସହ ମୋର ବ୍ୟକ୍ତିଗତ ସମ୍ପର୍କ ଭଲ ରହିଛି । ସେ ଛୋଟ ନୁହନ୍ତି , ଯେ ତାଙ୍କୁ ବୁଝାଇବାକୁ ପଡିବ ଏଥିପାଇଁ ଦଳର ବରିଷ୍ଠ ନେତା ରହିଛନ୍ତି । ସେ କାମ ପାଇଁ ଦଳ ଛାଡୁ ନାହାନ୍ତି । ଏହା ପଛରେ ରାଜନୈତିକ କାରଣ ରହିଛି । ସେ ଦଳ ଛାଡିଲେ ଆମର କ୍ଷତି ହେବ ଏବଂ ଆମେ ତାକୁ ଭରଣା କରିବୁ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଓରାମ ପ୍ରକାଶ କରିଛନ୍ତି।