ବିଧାୟକଙ୍କ ଗାଡି ଉପରକୁ ଗୁଳି , ୩ ମୃତ

0

ପଶ୍ଚିମବଙ୍ଗ , ୧୪/୧୨: ପଶ୍ଚିମବଙ୍ଗର ଦକ୍ଷୀଣ ଚବିଶ ପ୍ରଗଣା ଜିଲ୍ଲାରେ ଗୁରୁବାର ତୃଣମୂଳ କଂଗ୍ରେସର ଜଣେ ବିଧାୟକଙ୍କ ଗାଡି ଉପରକୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । କିଛି ସନ୍ଦିU ତାଙ୍କ ଗାଡି ଉପରକୁ ହଠାତ୍‌ ଗୁଳି ଚଳାଇଥିଲେ । ଏଥିରେ ପାର୍ଟିର ୩ ଜଣ କାର୍ଯ୍ୟକର୍ତ୍ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଘଟଣାଟି ଜୟନଗରସ୍ଥିତ ଏକ ପେଟ୍ରୋଲ ପମ୍ପରେ ଘଟିଛି । ଆକ୍ରମଣକାରୀ ମଟରସାଇକଲରେ ହଠାତ୍‌ ସେଠାକୁ ଆସିଥିଲେ ଏବଂ ଗାଡିରେ ବସିଥିବା ଲୋକଙ୍କ ଉପରକୁ ଆକ୍ରମଣ କରିଥିଲେ । ଆକ୍ରମଣର କିଛି ସମୟ ପୂର୍ବରୁ ବିଧାୟକ ବିଶ୍ୱନାଥ ଦାସ ପାର୍ଟି କାର୍ଯ୍ୟାଳୟକୁ ଚାଲିଯାଇଥିବାରୁ ସେ ଏହି ଆକ୍ରମଣରୁ ବର୍ତ୍ତି ଯାଇଛନ୍ତି । ତେବେ ଏହି ମାମଲାରେ ପୋଲିସ କିଛି ଲୋକଙ୍କୁ ହାଜତକୁ ନେଇଥିବା ଜଣା ପଡିଛି ।

Leave A Reply

Your email address will not be published.