ନୂଆଦିଲ୍ଲୀ, ୪/୧୨: ନିକ୍ଙ୍କୁ ବିବାହ ପରେ ପ୍ରିୟଙ୍କା ଚୋପ୍ରା ଏକ ନୀଳଶାଢ଼ି ପରିଧାନ କରି ମିଡ଼ିଆ ନଜରକୁ ଆସିଛନ୍ତି । ଯୋଧପୁରର ଉମେଦ୍ ଭବନରେ ଡିସେମ୍ବର ୧ ଓ ୨ ତାରିଖ, ଦୁଇ ଦିନ ଧରି ଉଭୟ ଖ୍ରୀଷ୍ଟିଆନ୍ ଓ ହିନ୍ଦୁ ରୀତିରେ ବିବାହ କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଓ ତାଙ୍କ ହଲିଉଡ୍ ସ୍ୱାମୀ ନିକ୍ ଜୋନସ୍ ଆଜି ଦିଲ୍ଲୀରେ ପ୍ରଥମ ରିସେ«ନ୍ ପାର୍ଟି ଦେଉଛନ୍ତି । ଦୀପିକା-ରଣବୀରଙ୍କ ପରି ପିସି-ନିକ୍ ବିବାହ ବେଳର ଫଟୋ ଏପର୍ଯ୍ୟନ୍ତ ସୋସାଲ ମିଡ଼ିଆରେ ସେୟାର କରିନଥିଲେ ହେଁ ବିବାହ ପରେ ସିନ୍ଦୂର ପିନ୍ଧି ଜଣେ ପMା ଗୃହିଣୀଙ୍କ ବେଶରେ ଥିବା ପ୍ରିୟଙ୍କାଙ୍କ ଫଟୋ କ୍ୟାମେରା ଲେନ୍ସରେ କଏଦ୍ ହୋଇଛି । ତେବେ ଚର୍ଚ୍ଚା ହେଉଛି ପ୍ରିୟଙ୍କା ସିନ୍ଦୂର ଓ ଶାଢ଼ିରେ ଖୁବ୍ ସୁନ୍ଦର ଲାଗୁଥିବା ବେଳେ ଏହି ଶାଢ଼ିକୁ ସବ୍ୟସାଚୀ ଡିଜାଇନ୍ କରିଛନ୍ତି ।