ଭିଜିଲାନ୍ସ ଜାଲରେ ଜଟଣୀ ପୌର ଅଧିକାରୀ, ଲାଞ୍ଚ ନେବା ବେଳେ ଧରାପଡ଼ିଲେ

0

ଖୋର୍ଦ୍ଧା, ୨୬/୧୨: ଭିଜିଲାନ୍ସ ଜାଲରେ ଛନ୍ଦି ହୋଇପଡ଼ିଛନ୍ତି ପୁଣି ଜଣେ ସରକାରୀ ଅଧିକାରୀ । ଜଣେ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଲାଞ୍ଚ ନେଉଥିବା ବେଳେ ଆଜି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

ଖୋର୍ଦ୍ଧା ଜିଲ୍ଲା ଜଟଣୀ ପୌରନିର୍ବାହୀ ଅଧିକାରୀ ଲଳିତା କାପୁର ମ୍ୟୁନିସିପାଲଟିର ଅବସର ପ୍ରାପ୍ତ କର୍ମଚାରୀ ଭିକ୍ଷାକାରୀ ସାହୁଙ୍କ ବକେୟା ଟଙ୍କା ମଞ୍ଜୁର ପାଇଁ ପାଂଚ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଏହି ସମୟରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଗିରଫ କରିଥିଲେ।

Leave A Reply

Your email address will not be published.