ମା’ ନୁହନ୍ତି, ସାରାଙ୍କ ବନ୍ଧୁହୋଇ ରହିବାକୁ ଚାହାନ୍ତି କରୀନା

0

ମୁମ୍ବାଇ,୨୨/୧୧ : ସୈଫ ଅଲ୍ଲୀ ଖାନଙ୍କ ଝିଅ ସାରା ଅଲ୍ଲୀ ଖାନ ଏବେ ନିଜ ଅପକମିଙ୍ଗ ଫିଲ୍ଲ କେଦାରନାଥର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ତେବେ ଇତି ମଧ୍ୟରେ ତାଙ୍କ ସାବତ ମା କରୀନା କପୁର ସାରା ଏବଂ ତାଙ୍କ ଭାଇ ଆବ୍ରାହମଙ୍କୁ ନେଇ ଏକ ବଡ ଖୁଲାସା କରିଛନ୍ତି । ନିକଟରେ ଏକ ଇଣ୍ଟରଭୁରେ କରୀନା କହିଛନ୍ତି କିି, ସେ ସାରା ଏବଂ ଆବ୍ରାହମଙ୍କ ମା କେବେ ହେଲେ ହୋଇପାରିବେ ନାହିଁ । ସେ ସେମାନଙ୍କ ବନ୍ଧୁ ହୋଇ ପାରିବେ କି;ୁ ମା ନୁହେଁ । କରୀନା କହିଛନ୍ତି କି, ମୁଁ ସର୍ବଦା ସୈଫଙ୍କୁ କହିଛି ଯେ, ସାରା ଏବଂ ଆବ୍ରାହଙ୍କର ମୁଁ କେବଳ ଭଲ ବନ୍ଧୁ ହୋଇପାରିବି । ମୁଁ କେବେ ବି ସେମାନଙ୍କ ମା ହେଇପାରିବି ନାହିଁ, କାରଣ ସେମାନଙ୍କ ପାଖରେ ପୂର୍ବରୁ ହିଁ ଜଣେ ଭଲ ମା ଅଛନ୍ତି । ଯିଏ ସେମାନଙ୍କୁ ଖୁବ୍‌ ଭଲପାଇବାର ସହ ବଡ କରିଛନ୍ତି । ମୁଁ ସେମାନଙ୍କୁ ଖୁବ୍‌ ଭଲପାଏ ଏବଂ ଜୀବନର ପ୍ରତି ମୁହୁର୍ତ୍ତରେ ମୁଁ ସେମାନଙ୍କୁ ସାହାଯ୍ୟ କରିବାକୁ ପ୍ରସ୍ତୁତ ଅଛି ।

Leave A Reply

Your email address will not be published.