ରଙ୍ଗିଲା ରାଜା

ନବେ ଦଶକର ହିଟ୍‌ ଯୋଡି ଆଉଥରେ ଏକାଠି ହୋଇଛନ୍ତି । ଏଯୋଡି ହେଉଛି ବଲିଉଡ଼ର କମେଡ଼ି ହିରୋ ଗୋବିନ୍ଦା ଓ ନିର୍ଦ୍ଦେଶକ ପହଲାଜ ନିହଲାନୀଙ୍କ ଯୋଡ଼ି । ଦୁହେଁ ଫିଲ୍ମ ‘ରଙ୍ଗିଲା ରାଜା’ ପାଇଁ ପୁଣି ଏକାଠି କାମ କରିଛନ୍ତି । ଫିଲ୍ମର କାହାଣୀ ଦୁଇ ଭାଇଙ୍କୁ ନେଇ ପରିକଳ୍ପନା କରାଯାଇଛି । ଏହି ଦୁଇ ଭାଇ ହେଉଛନ୍ତି ରାଜା ଓ ଯୋଗୀ । ଫିଲ୍ମରେ ଗୋବିନ୍ଦା ନିଜେ ଏହି ଦୁଇ ଭାଇଙ୍କ ଚରିତ୍ରରେ ଅଭିନୟ କରିଛନ୍ତି । ଫିଲ୍ମରେ ଥିବା ରାଜା ପୂର୍ବରୁ ବିବାହିତ ଓ ସେ ଗୋଟିଏ ରଙ୍ଗିଲା ମିଜାଜର ବ୍ୟକ୍ତି ହୋଇଥିବାବେଳେ ତାକୁ ସବୁବେଳ ଝିଅମାନଙ୍କ ମେଳିରେ ରହିବାକୁ ଭଲଲାଗିଥାଏ । ଏହାସହ ରାଜା ଭୁଲକାର୍ଯ୍ୟରେ ମଧ୍ୟ ଲିପ୍ତରୁହନ୍ତି । ତେବେ କାହାଣୀରେ ଥିବା ଯୋଗୀ ସବୁବେଳେ ଭାଇ ରାଜାକୁ ଏସବୁ ଖରାପ କାର୍ଯ୍ୟରୁ ଦୂରରେ ରହିବାକୁ ବୁଝାନ୍ତି ଓ ସବୁବେଳେ ଯାହାର ଫଳ ଥାଏ ଶୂନ । ଫିଲ୍ମରେ ଗୋବିନ୍ଦା ଦର୍ଶକଙ୍କୁ ହସାଇବାର ଖୋରାଖ ଯୋଗାଇଦେବାକୁ ଚେଷ୍ଟା କରିଛନ୍ତି । ସେଥିପାଇଁ ଫିଲ୍ମରେ ଗୋବିନ୍ଦା ଭରପୁର କମେଡିର ତଡ଼କା ଦେଇଛନ୍ତି । ରଙ୍ଗିଲା ରାଜାରେ ଗୋବିନ୍ଦାଙ୍କ ସହ ମିସିକା ଚୌରସିୟା ଓ ଅନୁପମା ଅଗ୍ନିହୋତ୍ରୀ ଅଭିନେତ୍ରୀ ନଜର ଆସିବେ । ତେବେ ଫ୍ୟାନ୍ସମାନେ ରଙ୍ଗିଲା ରାଜା ଦେଖି ଖୁସି ହେବାର ଲକ୍ଷ ରଖିଛନ୍ତି ଗୋବିନ୍ଦା ।