ରାମ ମନ୍ଦିର ମାମଲା : ଅଯୋଧ୍ୟ୍ୟାରେ ଉଦ୍ଧବ ଠାକରେ

0

ନୂଆଦିଲ୍ଲୀ,୨୪/୧୧: ଅଯୋଧ୍ୟ୍ୟାରେ ପହଂଚି ଶିବସେନା ପ୍ରମୂଖ ଉଦ୍ଧବ ଠାକରେ ରାମ ମନ୍ଦିର ମାମଲାକୁ ନେଇ କେନ୍ଦ୍ରର ମୋଦି ସରକାରଙ୍କୁ ଆକ୍ଷେପ କରିଛନ୍ତି । ସେ କହିଛନ୍ତି ମୁଁ ଏଠାକୁ କୌଣସୀ ରାଜନୀତି କରିବାକୁ ଆସି ନାହିଁ । ମୁଁ ଏଠାରେ ଶୋଇଥିବା କୁମ୍ଭକର୍ଣ୍ଣଙ୍କୁ ଉଠାଇବାକୁ ଆସିଛି । ଦିଆଯାଇଥିବା କଥାକୁ ପୂରଣ କରିବା ହିନ୍ଦୁତ୍ୱ ଅଟେ ।

ଉଦ୍ଧବ ଆହୁରି ମଧ୍ୟ କହିଛନ୍ତି , ରାମମନ୍ଦିର ନିର୍ମାଣକୁ ନେଇ ଦୀର୍ଘ ସମୟରୁ ପ୍ରତିଜ୍ଞା ଉପରେ ପ୍ରତିଜ୍ଞା କରାଯାଉଛି କିନ୍ତୁ ନା ଆଇନ ଅଣାଯାଉଛି ନା ସରକାରଙ୍କୁ କିଛି କରୁଥିବାର ଦେଖିବାକୁ ମିଳୁଛି । ସମସ୍ତେ ଚାହୁଁଛନ୍ତି ରାମ ମନ୍ଦିର ତିଆରି ହେଉ ଆମେ ସବୁ ମିଶି ତିଆରି କଲେ ରାମ ମନ୍ଦିର ଶିଘ୍ର ତିଆରି ହୋଇଯିବ । ପ୍ରଥମେ ଅଟଳଜୀଙ୍କ କେନ୍ଦ୍ରରେ ସରକାରରେ ଥିଲେ । ମିଶିକି ସରକାରରେ ରାମ ମନ୍ଦିରକୁ ନେଇ ଆଇନ ତିଆରି କରିବା ଏକ କଠିନ କାମ ହୋଇପାରେ କିନ୍ତୁ ବର୍ତମାନ କେନ୍ଦ୍ରରେ ପୂର୍ଣ୍ଣ ବହୁମତ ସରାକର ରହିଛି । ଉତ୍ତର ପ୍ରଦେଶରେ ଯୋଗୀଙ୍କ ସରକାର ରହିଛି । ଏବେ ରାମ ମନ୍ଦିରର ନିର୍ମାଣ ହୋଇଯିବା ଦରକାର ।

Leave A Reply

Your email address will not be published.