ବଲିଉଡ଼୍ର ସବୁ କଳାକାର ସୋସିଆଲ ସାଇଡ଼ ରେ ସେତେ ସକ୍ରି୍ରୟ ନଥାନ୍ତି । କିଛି କଳକାର ସୋସିଆଲାଇଡ଼୍ରେ ସକ୍ରିୟ ଥାନ୍ତି ଯେମିତି ଦବଙ୍ଗ ଗର୍ଲ ସାନାକ୍ଷୀ । ଦବଙ୍ଗ ଗର୍ଲଙ୍କ କଥା କହିବା ତ ଏ ବର୍ଷଟି ଏହି ବଲିଉଡ଼୍ ନାୟିକାଙ୍କ ପାଇଁ ବିଶେଷ କିଛି ଫରକ ପକାଇ ନାହିଁ । ଚଳିତ ବର୍ଷ ସୋନାକ୍ଷୀ ଦେଇଥିଲେ ଦର୍ଶକଙ୍କୁ ୨ଟି ଚଳଚିତ୍ର ହାପି ଭଗ୍ ଜାଏଗି ରିଟର୍ଣ୍ଣସ୍, େୱଲ କମ୍ ଟୁ ନୁ୍ୟୟର୍କ ଯାହା ଦର୍ଶକ ମାନଙ୍କ ମନକୁ ଜିଣିପାରିନଥିଲା । କିନ୍ତୁ ଫିଲ୍ମ କଥା ଛାଡି ଆମେ ଯଦି ଫଟୋସୁଟ୍ କଥା କହିବା ତେବେ ଫଟୋ ସୁଟ୍ ପାଇଁ ସୋନାକ୍ଷୀ ଅଛନ୍ତି ସବୁ ସେଲିବ୍ରିଟିଙ୍କ ଠାରୁ ଆଗରେ । ନିଜ ଫଟୋ ପାଇଁ ସେ ଏକାଧିକବାର ଅନେକ ଖବର କାଗଜର ମୁଖ୍ୟ ଖବର ପାଲଟିଛନ୍ତି । ନିକଟରେ ହାଲୋ ମାଗାଜିନର କଭର ଗର୍ଲ ହୋଇ ସୋନାକ୍ଷୀ ନିଜ ନା’ର ଯଥାର୍ଥତା ପ୍ରତିପାଦନ କରିଛନ୍ତି । କଭର ଫଟୋ ପାଇଁ ସେ ପ୍ରମାଣ କରି ଦେଇଛନ୍ତି ଯେ ସେ ହେଉଛନ୍ତି ଅସଲି ସୁନା ବୋଲି । ଏକ ଇଭେଣ୍ଟରେ ଯୋଗଦେବା ଅବସରରେ ନିଜର ପୋଷାକ ପାଇଁ ମଧ୍ୟ ସୋନାକ୍ଷୀ ରହିଛନ୍ତି ଆଗରେ । ସେ ଏକ ବ୍ଲାକ କଲର ଲଙ୍ଗ ଗାଉନ ପରିଧାନ କରିଥିଲେ ଯେଉଥିରେ ସେ ଆହୁରି ସୁନ୍ଦର ଦେଖାଯାଇଥିଲେ । ନିକଟରେ ସୋନାକ୍ଷୀ ଇନ୍ଷଫାଗ୍ରାମରେ ନିଜର ଏକ ଫଟୋକୁ ସେୟାର କରିଥିଲେ ଯେଉଁଥିରେ ବଲିଉଡ଼୍ ହିରୋ ବରୁଣ ଧୱନ ‘ଭାବି’କହି ଏକ କମେଣ୍ଟ ଲେଖିଥିଲେ । ବରୁଣଙ୍କ କମେଣ୍ଟର ରିପ୍ଲାଏ ଦେଇ ସୋନାକ୍ଷୀ ବରୁଣଙ୍କୁ ଚୁପ୍ ରହିବା କଥା କହିଥିଲେ । କଫି ୱିଥ୍ କରଣରେ ଗେଷ୍ଟ ପାଲଟିଥିବା ଆଲିଆ କହିଥିଲେ କି ସୋନାକ୍ଷୀ ଓ ଆଦିତ୍ୟ ରୋଏ କପୁର ଉଭୟ ଉଭୟଙ୍କୁ ଡେଟ୍ କରିବା ଠିକ ହେବ ବୋଲି ଯାହା ପାଇଁ ବରୁଣ ସୋନାକ୍ଷୀଙ୍କୁ ଥଟା କରି ଏଭଳି କମେଣ୍ଟ ଦେଇଥିଲେ । ଆସନ୍ତା ବର୍ଷ ସୋନାକ୍ଷୀ ଦର୍ଶକଙ୍କୁ ଦେବାକୁ ଯାଇଛନ୍ତି ଏକାଧିକ ଫିଲ୍ମର ଭେଟି ଯେଉଁଥିରେ ଆପଣମାନ ବରୁଣ ଓ ସୋନାକ୍ଷୀଙ୍କୁ ଦେଖିପାରିବେ ଏକାଠି । ଆସନ୍ତା ଏପ୍ରିଲ ୧୯ ତାରିଖରେ ରିଲିଜ ହେବାକୁ ଯାଉଛି ‘କଳଙ୍କ’ଯେଉଁଥିରେ ଏଦୁହେଁ ଏକାଠି ଦେଖାଯିବେ। ଏହାଛଡା ଆଗାମୀ ଦିନରେ ମିଶନ ମଙ୍ଗଳ ଓ କ୍ରେଜି ହମ୍ରେ ପରି ଫିଲ୍ମରେ ଅସଲି ସୁନା ଦେଖାଯିବେ ।