୫୦୦ ଟଙ୍କାରେ ୪ଜି ଫୋନ୍‌

0

ବିଶ୍ୱର ପରିଚିତ ସର୍ଚ୍ଚ ଇଞ୍ଜିନ୍‌ ଗୁଗଲ୍‌ ମାତ୍ର ୫୦୦ ଟଙ୍କାରେ ୪ଜି ଫୋନ୍‌ ଲଞ୍ଚ କରିଛି । ଏହି ଫିଚର ଫୋନ୍‌ଟି ହେଉଛି ୱିଜ୍‌ଫୋନ୍‌ ଡବ୍ଲìପି୦୦୬ । ଏହି ଫୋନ୍‌ରେ ଗୁଗଲ୍‌ ଆସିଷ୍ଟାଣ୍ଟ ମଧ୍ୟ ରହିଛି । ଅନ୍ୟାନ୍ୟ ଫିଚର ଯେପରିକି, ୨.୪ ଇଞ୍ଚର ଡିସ୍‌ପ୍ଲେ, ୪ ଜିବି ଇଣ୍ଟରନାଲ୍‌ ଷ୍ଟୋରେଜ୍‌, ୫୧୨ଜିବି ରାମ୍‌,୧୮୦୦ ଏମ୍‌ଏଏଚ୍‌ର ବ୍ୟାଟେରୀ, ଦୁଇଟି କ୍ୟାମେରା ୨ ମେଗାପିକ୍ସେଲର ରିଅର କ୍ୟାମେରା, ଭିଜିଏର ଫ୍ରଣ୍ଟ କ୍ୟାମେରା ରହିଛି । ଏହି ଫୋନ୍‌ ଇଣ୍ଡୋନେସିଆରେ ଆଇଡିଆର୍‌ ନାମରେ ଜଣାଶୁଣା । ସେଠାରେ ଏହି ଫୋନ୍‌ର ମୂଲ୍ୟ ମାତ୍ର ୪୯୦ ଟଙ୍କା । ଏହି ଫୋନ୍‌ଟି ଦେଖିବାକୁ ଜିଓ ଫିଚର ଫୋନ୍‌ ପରି ହୋଇଥିବା ବେଳେ ବର୍ତ୍ତମାନ ଭାରତରେ ଉପଲବ୍ଧ ନାହିଁ କିନ୍ତୁ ଖୁବ୍‌ ଶୀଘ୍ର ବିକ୍ରି ଚାଲୁ ହୋଇଯାଇପାରେ ବୋଲି ସୂଚନା ମିଳିଛି । ଗୁଗଲ୍‌ ଫିଚର ଫୋନ୍‌ ବିକ୍ରି ଆରମ୍ଭ ହୋଇଗଲେ ଏହା ଜିଓ ଫିଚର ଫୋନ୍‌ର ଏକ ପ୍ରତିଦ୍ୱନ୍ଦୀ ରୂପେ ଉଭା ହେବ ବୋଲି କୁହାଯାଉଛି ।

Leave A Reply

Your email address will not be published.