ଅଦ୍ଭୁତ ପାହାଡ

ସମସ୍ତଙ୍କୁ ଜଣାଥାଏ ପାହାଡ ସାଧାରଣତଃ ମାଟି,ପଥରର ମିଶ୍ରଣରୁ ଉପିତି ହୋଇଥାଏ । କିନ୍ତୁ ଆଜି ଆମେ ଏକ ଏପରି ପାହାଡ ସମ୍ପର୍କରେ ଜଣାଇବୁ ଯାହା ବିଷୟରେ ଶୁଣି ଆପଣ ଆଶ୍ଚର୍ଯ୍ୟ ହେବେ । ହଂକଂର ପଶ୍ଚିମ ଦିଗରେ ‘ପୋଖ ଫୁ ଲାମ’ ନାମକ ଏହି ସ୍ଥାନ ଅଛି । ଏହା ହେଉଛି କବର ପାହାଡ । ଅନେକ କବରରେ ଏହି ପାହାଡ ତିଆରି ହୋଇଛି । ବର୍ଷ ବର୍ଷ ଧରି ଅନେକ କବରରେ ଏହି ପାହାଡ ତିଆରି ହୋଇଛି । ଏଠାରେ ଅନେକ ମୃତଦେହକୁ କବର ଦିଆଯାଇଛି । ଏଠି ଗୋଟିଏ କବରରୁ ଆଉ ଏକ କବରକୁ ଯିବା ପାଇଁ ସିଢ଼ିର ସହାର୍ଯ୍ୟ ଯିବାପାଇଁ ପଡିଥାଏ । ସୁଚନାଅନୁସାରେ ଏହି କବର ୧୮୮୨ ମସିହାରେ ତିଆରି କରାଯାଇଥିଲା । ସେବେଠାରୁ ଅନେକ ମୃତଦେହ ଏଠାରେ କବର ଦିଆଯାଏ ।