୨୮ ଦିନିଆ ଶସ୍ତା ପ୍ଲାନ୍ ଲଞ୍ଚ କଲା BSNL, ୫୧ ଟଙ୍କାରେ ମିଳିବ ଅନେକ ସୁବିଧା

ଭୁବନେଶ୍ୱର, ୨୩/୦୫ : BSNL ପୁଣି ଥରେ ଘରୋଇ ଟେଲିକମ୍ କମ୍ପାନୀଗୁଡ଼ିକର ଚିନ୍ତା ବଢ଼ାଇ ଦେଇଛି । ଭାରତ ସଂଚାର ନିଗମ ଲିମିଟେଡ୍ ୨୮ ଦିନର ଭାଲିଡିଟି ସହିତ ଏକ କମ୍ ମୂଲ୍ୟର ରିଚାର୍ଜ ପ୍ଲାନ୍ ଲଞ୍ଚ କରିଛି । ଏହି ପ୍ଲାନ୍ ୟୁଜର୍ସଙ୍କୁ ଅନଲିମିଟେଡ୍ କଲିଂ ଏବଂ ଡାଟା ସମେତ ଅନେକ ସୁବିଧା ପ୍ରଦାନ କରେ । ଭାରତ ସଂଚାର ନିଗମ ଲିମିଟେଡର ଏହି ଶସ୍ତା ପ୍ଲାନ୍ ବିଶେଷ ଭାବରେ କମ୍ପାନୀର ନେଟୱାର୍କରେ ଆଡ୍ ହେବାକୁ ଚାହୁଁଥିବା ୟୁଜର୍ସଙ୍କ ପାଇଁ ଡିଜାଇନ୍ କରାଯାଇଛି । ୟୁଜର୍ସମାନଙ୍କୁ ୫୧ ଟଙ୍କାରେ ୨୮ ଦିନର ଭାଲିଡିଟି ପ୍ରଦାନ କରୁଛି । ଏହି ପ୍ଲାନର ଲାଭ ମଧ୍ୟରେ ସାରା ଭାରତରେ ଅନଲିମିଟେଡ୍ କଲିଂ ଏବଂ ୨୮ ଦିନ ପାଇଁ ଫ୍ରି ନ୍ୟାସନାଲ୍ ରୋମିଂ ସାମିଲ୍ । ଏହି ପ୍ଲାନ୍ ସହିତ ୟୁଜର୍ସମାନେ ସମ୍ପୂର୍ଣ୍ଣ ମାଗଣାରେ ଏକ ନୂଆ ସିମ୍ କାର୍ଡ ମଧ୍ୟ ପାଇପାରିବେ ।

BSNLର ନୂଆ ୫୧ ଟଙ୍କା ପ୍ଲାନର ଅନ୍ୟାନ୍ୟ ଲାଭ ମଧ୍ୟରେ ଦୈନିକ 2GB ଡାଟା ଏବଂ ୧୦୦ ଟି ଫ୍ରି SMS ସାମିଲ୍ । ଏହି ପ୍ରିପେଡ୍ ରିଚାର୍ଜ ପ୍ଲାନ ୨୨ ମେ ରୁ ୩୦ ଜୁନ୍ ୨୦୨୬ ପର୍ଯ୍ୟନ୍ତ ଭାଲିଡ୍ । BSNL ଦ୍ରୁତ ଗତିରେ ୟୁଜର୍ସଙ୍କ ସଂଖ୍ୟା ବୃଦ୍ଧି କରିବା ପାଇଁ ଏହି ପ୍ଲାନ ଉପସ୍ଥାପନ କରିଥିଲା । କମ୍ପାନୀ ପୂର୍ବରୁ ଗତ ବର୍ଷ ଏହାର ଫ୍ରିଡମ୍ ଅଫରର ୧ ଟଙ୍କା ପ୍ଲାନ ପ୍ରଚଳନ କରିଥିଲା । ଭାରତ ସଞ୍ଚାର ନିଗମ ଲିମିଟେଡ୍ (BSNL) ନୂଆ ୟୁଜର୍ସଙ୍କ ପାଇଁ ଏହି ପ୍ଲାନ୍ ଆରମ୍ଭ କରିଛି । ଏହା ମାତ୍ର ୧ ଟଙ୍କାରେ ୩୦ ଦିନର ଭରଲିଡିଟି ପ୍ରଦାନ କରେ । ୟୁଜର୍ସମାନେ ସାରା ଭାରତରେ ଅନଲିମିଟେଡ୍ ଫ୍ରି କଲ୍ ଏବଂ ନ୍ୟାସନାଲ୍ ରୋମିଂର ଲାଭ ପାଆନ୍ତି । ଏହା ସହିତ, ୟୁଜର୍ସମାନେ ଦୈନିକ 2GB ହାଇ-ସ୍ପିଡ୍ ଡାଟା ଏବଂ ୧୦୦ ମାଗଣା SMS ମଧ୍ୟ ପାଆନ୍ତି ।