ଭୁବନେଶ୍ୱର, ୧୯ /୧୨: ଓଡ଼ିଶା ରାଜ୍ୟ ମାନବିକ ଅଧିକାର କମିଶନ (ଓଏଚଆରସି)ର ଅଧ୍ୟକ୍ଷ ପଦବୀ ପାଇଁ ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ମୁଖ୍ୟ ବିଚାରପତିଙ୍କୁ ନିଯୁକ୍ତି ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତି ନିଆଯାଇଛି । ସେହିପରି ଖାଲି ପଡ଼ିଥିବା ଅନ୍ୟ ଦୁଇଟି ସଭ୍ୟ ପଦବୀରେ ହାଇକୋର୍ଟର ବିଚାରପତିଙ୍କୁ ନିଯୁକ୍ତି ଦେବା ଲାଗି ସ୍ଥିର କରାଯାଇଛି ।
ଆଜି ସନ୍ଧ୍ୟାରେ ରାଜ୍ୟ ଅତିଥି ଭବନଠାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବାଚସ୍ପତି, ବିରୋଧି ଦଳ ନେତା ଏବଂ ମୁଖ୍ୟ ଶାସନ ସଚିବ ଉପସ୍ଥିତ ଥିଲେ । ବୈଠକ ପରେ ବିରୋଧି ଦଳର ନେତା ନରସିଂହ ମିଶ୍ର କହିଛନ୍ତି ଯେ, ରାଜ୍ୟପାଳଙ୍କର ଅନୁମୋଦନ କ୍ରମେ ଅଧ୍ୟକ୍ଷ ଏବଂ ସଭ୍ୟ ମାନଙ୍କର ନାମ ବିଧିବଦ୍ଧ ଭାବେ ଘୋଷଣା କରାଯିବ ।