ନୂଆଦିଲ୍ଲୀ,୪/୭: ପ୍ରାକୃତିକ ଦୁର୍ବିପାକ ନେଇ ଓଡ଼ିଶାକୁ ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ଦେବାକୁ ମନା କରି ଦେଇଛନ୍ତି କେନ୍ଦ୍ର ସରକାର। ଓଡ଼ିଶାର ଦାବି ନେଇ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି ଯେ, ଚତୁର୍ଦ୍ଦଶ ଅର୍ଥ କମିଶନ ସ୍ପେଶାଲ ଓ ଜେନେରାଲ ରାଜ୍ୟ ଭିତରେ କୌଣସି ପ୍ରଭେଦ ରଖି ନାହାନ୍ତି। ବର୍ତ୍ତମାନ ସମୟରେ ସ୍ଵତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା ବୋଲି ଆଉ କିଛି ନାହିଁ। ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କ ମନ୍ତବ୍ୟ ନେଇ ସମ୍ବାଦ ସରବରାହ ସଂସ୍ଥା ଏଏନଆଇ ସୂତ୍ରରୁ ପ୍ରକାଶ।
ଗୃହ ରାଷ୍ଟ୍ରମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶା ସ୍ଵତନ୍ତ୍ର ରାଜ୍ୟ ନେଇ ଯେଉଁ ଯୁକ୍ତି ବାଢୁଛି ତାହା ଅଯୌକ୍ତିତ। ବର୍ତ୍ତମାନ ସମୟରେ ଦେଶରେ ସ୍ଵତନ୍ତ୍ର ମାନ୍ୟତା ରାଜ୍ୟ ବୋଲି ଆଉ କିଛି ନାହିଁ। ଚତୁର୍ଦ୍ଦଶ ଅର୍ଥ କମିଶନ ଅନୁସାରେ ସ୍ପେଶାଲ ଓ ଜେନେରାଲ ରାଜ୍ୟ ଭିତରେ କୌଣସି ପ୍ରଭେଦ ରଖି ନାହାନ୍ତି। ଫଳରେ ଓଡ଼ିଶାକୁ ସ୍ଵତନ୍ତ୍ର ରାଜ୍ୟମାନ୍ୟତା ମିଳି ପାରିବ ନାହିଁ।
ଉଲ୍ଲେଖଯୋଗ୍ୟ, ଓଡ଼ିଶାକୁ ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ଦେବାକୁ ରାଜ୍ୟ ସରକାର ବାରମ୍ବାର କେନ୍ଦ୍ର ନିକଟରେ ଦାବି କରି ଆସୁଛନ୍ତି। ଏହାର କିଛି ଦିନ ପୂର୍ବେ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ନୀତି ଆୟୋଗର ଗଭର୍ଣ୍ଣି କାଉନସିଲ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାକୃତିକ ବିପର୍ଯ୍ୟୟୟକୁ ଦୃଷ୍ଟିରେ ରଖି ଓଡ଼ିଶାକୁ ସ୍ଵତନ୍ତ୍ର ମାନ୍ୟତା ଦେବା ଦାବିକୁ ଦୋହରାଇଥିଲେ।
ବୈଠକରେ ଓଡ଼ିଶାକୁ ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ଦାବି ଦୋହରାଇ ନବୀନ କହିଥିଲେ ଯେ, ସ୍ଵତନ୍ତ୍ର ମାନ୍ୟତା ପାଇଁ ପ୍ରାକୃତିକ ବିପର୍ଯ୍ୟୟକୁ ମାପଦଣ୍ଡ ଭାବେ ଗ୍ରହଣ କରାଯାଉ। ପ୍ରାକୃତିକ ବିପର୍ଯ୍ୟୟ ଉପରେ ସ୍ଵତନ୍ତ୍ର ଗୁରୁତ୍ଵ ଦିଆଯାଉ। ସ୍ଵତନ୍ତ୍ର ଫୋକସ୍ ରାଜ୍ୟା ପାହ୍ୟା ସାମୟିକ ହେଉ ପଛେ ଦିଆଯାଉ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।